ଓଡ଼ିଶା ତାଜା ନ୍ୟୁଜ (୧୮ ଅକ୍ଟୋବର ରବିବାର ) ବାରିପଦା :- ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଅସୁରଖାଳ ହାଟରେ ବଚସରୁ ଘଟିଛି ହତ୍ୟାକାଣ୍ଡ। ସଡ଼ୁକୁ ମାରିଛି ସଡ଼ୁ। ଏହି ଘଟଣାରେ କପ୍ତିପଦା ପୋଲିସ ଅଭିଯୁକ୍ତ କାର୍ତ୍ତିକ ନାୟକଙ୍କୁ ଗିରଫ କରିଛି। ମୃତକ ହେଲେ ରବୀନ୍ଦ୍ର ନାଥ ନାୟକ।ଖବର ଅନୁଯାୟୀ ରବୀନ୍ଦ୍ର ଓ କାର୍ତ୍ତିକ ସମ୍ପର୍କରେ ଦୁଇ ସଡ଼ୁ। ରବୀନ୍ଦ୍ର ଅସୁରଖାଳ ହାଟରେ ବସିଥିବା ବେଳେ କାର୍ତ୍ତିକ ସହ ତାଙ୍କର ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ କାର୍ତ୍ତିକ ରବୀନ୍ଦ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିବା ପରେ ସ୍ଥାନ ଛାଡ଼ି ଚାଲିଯାଇଥିଲା। ପରେ ଗୁରୁତର ରବୀନ୍ଦ୍ରଙ୍କୁ ଉଦଳା ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରବୀନ୍ଦ୍ରଙ୍କ ପରିବାର ଅଭିଯୋଗ ଆଧାରରେ କାର୍ତ୍ତିକ ନାୟକକୁ ଗିରଫ କରାଯାଇଥିବା ଜଣାପଡିଛି (ଦୀପ୍ତିମାନ ପତି / ମୟୂରଭଞ୍ଜ )
ଅସୁରଖାଳ ହାଟରେ ବଚସା କୁ ନେଇ ମରଣାନ୍ତକ ଆକ୍ରମଣ

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
କଳିଙ୍ଗ ସାହିତ୍ୟ ମହୋତ୍ସବ ପକ୍ଷରୁ ୨୦୨୬ ବୁକ୍ ଆୱାର୍ଡସ ପାଇଁ ହିନ୍ଦୀ ସର୍ଟଲିଷ୍ଟ ଘୋଷଣା
by
Proprietor Abhimanyu Maharana
July 9, 2026
କଣ୍ଟାବାଞ୍ଜି ପୋଲିସର ତତ୍ପରତା ଓ ଅନିଲ ଅଗ୍ରୱାଲଙ୍କ ସାଧୁତା
by
Proprietor Abhimanyu Maharana
July 8, 2026
କାମ ସାରି ଘରକୁ ଫେରୁଥିବା ବେଳେ ନିଖୋଜ ହେଲେ ଡ୍ରାଇଭର ସୀତାରାମ ସାହୁ
by
Proprietor Abhimanyu Maharana
July 8, 2026
ଭାଲୁଖାଇ ଛେଳି ଗୁହାଳରୁ ଦୁଇ ଯୁବକଙ୍କ ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
by
Proprietor Abhimanyu Maharana
July 8, 2026
ରଥଯାତ୍ରା ପାଇଁ ପୋଲିସ ଓ ୮ ସାହି ବାସିନ୍ଦାଙ୍କ ସହ ସମନ୍ୱୟ ବୈଠକ
by
Proprietor Abhimanyu Maharana
July 8, 2026
ରଥଯାତ୍ରାରେ ବିପଦ ସାଜିବ ମୁକୁଳା ଡ୍ରେନ
by
Proprietor Abhimanyu Maharana
July 8, 2026