ପଶ୍ଚିମ ଓଡ଼ିଶାର ବିଭିନ୍ନ ଶକ୍ତିପୀଠ ଗୁଡିକ ରେ ଶାରଦୀୟ ନବଦିନାତ୍ମକ ପୂଜା ଆରମ୍ଭ

ଓଡ଼ିଶା ତାଜା ନ୍ୟୁଜ (୧୮ ଅକ୍ଟୋବର ରବିବାର ) ବରଗଡ଼/ସମ୍ବଲପୁର :- ପଶ୍ଚିମ ଓଡ଼ିଶାର ବିଭିନ୍ନ ଶକ୍ତିପୀଠ ଗୁଡିକ ରେ ମାଁ ଙ୍କ ଶାରଦୀୟ ନବଦିନାତ୍ମ‌‌‌ ପୂଜା ଆରମ୍ଭ ହୋଇଯାଇଛି। ବିଭିନ୍ନ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ସହ ଅନ୍ୟ ଶକ୍ତି ପୀଠ ଗୁଡ଼ିକ ରେ ସରକାର ଙ୍କ କୋଭିଡ କଟକଣା ନିୟମ ଅନୁସାରେ ବ୍ୟବସ୍ଥା ରହିଛି । ସେହିପରି ଶାରଦୀୟ ରୀତି ନୀତି ଅନୁସାରେ ଖଣ୍ଡା ଧୂଆ ଓ କଳସ ପୂଜା ପରେ ପ୍ରଥମ ଦିନ ମାଁ ଙ୍କ ଶୈଳପୁତ୍ରୀ ବେଶରେ ସଜ୍ଜିତ କରାଯାଇ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିଲା। ଦ୍ବିତୀୟ ଦିନରେ ମାଁ ଙ୍କ ବ୍ରହ୍ମଚାରିଣୀ ବେଶ ରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ। ସମ୍ବଲପୁର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ପୀଠରେ ଭୋର୍ ରୁ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ସହିତ ଅପରିହ୍ନରେ ମା’ଙ୍କୁ ଶୈଳପୁତ୍ରୀ ବେଶ ରେ ସଜ୍ଜିତ କରାଯାଇଥିଲା ।

ବିଶେଷ କରି ବେଲପତ୍ର ଏବଂ ସୁନା ରେ ମାଁ ଙ୍କ ଏହି ଶୃଙ୍ଗାର କରାଯାଇଥାଏ। ସେହିପରି ଦ୍ବିତୀୟ ଦିନରେ ମାଁ ଙ୍କ ବ୍ରହ୍ମଚାରିଣୀ ଆଜି ଚନ୍ଦ୍ରଘଣ୍ଟା ବେଶ କରାଯାଇଥିଲା। ଆସନ୍ତା ୯ ଦିନ ଧରି ମା ସମଲେଶ୍ଵରୀ ଦେବୀଙ୍କ ୯ଟି ବେଶ କରାଯାଇ ବିଶେଷ ପୂଜାର୍ଚ୍ଚନା କରାଯିବ। କୋଭିଡ କଟକଣା ଯୋଗୁଁ ମନ୍ଦିର ମଧ୍ୟ କୁ କେବଳ ପୂଜକ ମାନେ ପ୍ରବେଶ କରିଥିଲେ । ଏହି ଅବସରରେ ମନ୍ଦିର ରେ ଭକ୍ତ ମାନେ ନବଦିନାତ୍ମକ ଦୀପ ପ୍ରଜ୍ବଳନ କରିଛନ୍ତି। ସେହିପରି ଜିଲ୍ଲାରେ ଥିବା ଅନ୍ୟ ଶକ୍ତି ପୀଠ ମଧ୍ୟରେ ମା ପାଟଣେଶ୍ବରୀ, ମା ଘଣ୍ଟେଶ୍ବରୀ, ମାଁ ବଟେଶ୍ବରୀ, ଧମା ସ୍ଥିତ ମା ଝାଡେଶ୍ବରୀ,ମାଁ ଭୁବନେଶ୍ଵରୀ ଆଦି ପୀଠ ରେ ମଧ୍ୟ ନବଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଛି ।

ବରଗଡ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇ ଙ୍କ ପୀଠରେ ମଧ୍ୟ ଶାରଦୀୟ ନବଦିନାତ୍ମ‌‌‌ ପୂଜା ଆରମ୍ଭ ହୋଇଯାଇଛି । ମନ୍ଦିର ପରିସରରେ ପଣ୍ଡିତ ମାନଙ୍କ ଦ୍ବାରା ସପ୍ତ ଚଣ୍ଡୀ ହୋମ ପ୍ରତେହ୍ୟ ହେଉଛି । ବରଗଡ଼ ସହର ମଧ୍ୟରେ ଥିବା ମା ଶ୍ୟାମାକାଳୀ,ମାଁ ଦୂର୍ଗା, ତୁରୁଙ୍ଗା ପାହାଡ଼ ଉପରେ ଅବସ୍ଥିତ ମା ବୈଷ୍ଣୋଦେବୀ, ତନ୍ତ୍ର ପୀଠ କୁରୁଆ ସ୍ଥିତ ମା ମାହେଶ୍ୱରୀ,ମାଁ ପଣ୍ଡରା ପାଟ୍, ଅତାବିରା ସ୍ଥିତ ମା ଦୂର୍ଗାଙ୍କ ମନ୍ଦିର ରେ ମଧ୍ୟ ନବଦିନାତ୍ମକ ପୂଜା ଆରମ୍ଭ ହୋଇଛି ।

ପ୍ରତି ରେ ଭକ୍ତ ମାନେ ନିଜର ମାନସିକ ଦୀପ ପ୍ରଜ୍ବଳନ କରିଥିବା ବେଳେ ମନ୍ଦିର କମିଟି ପକ୍ଷରୁ କୋଭିଟ କଟକଣା ନିୟମ ମୁତାବକ ସାମାଜିକ ଦୂରତା ରକ୍ଷା କରି ଭକ୍ତ ଙ୍କ ଦର୍ଶନ ବ୍ୟବସ୍ଥା ମନ୍ଦିର ବାହାରେ କରାଯାଇଛି । ବଲାଙ୍ଗୀର ଜିଲ୍ଲା ସଦରମହକୁମା ରେ ମଧ୍ୟ ମା ସମଲେଶ୍ଵରୀ,ମାଁ ପାଟେଣେଶ୍ବରୀ ଙ୍କ ପୀଠରେ ମଧ୍ୟ ଶାରଦୀୟ ନବଦିନାତ୍ମ‌‌‌ ପୂଜା ଆରମ୍ଭ ହୋଇଛି । ସୋନପୁର ଠାରେ ମାଁ ସୁରେଶ୍ଵରୀ ଏବଂ ଭବାନୀପାଟଣା ଠାରେ ମାଁ ମାଣିକେଶ୍ଵରୀ ଙ୍କ ପୀଠରେ ଶାରଦୀୟ ପୂଜା ରୀତିନୀତି ରେ ଆରମ୍ଭ ହୋଇଛି । (ସତ୍ୟ ନାରାୟଣ ପ୍ରଧାନ, ବରଗଡ଼)

Exit mobile version