ଶ୍ରୀ ଶ୍ରୀ ଅଗ୍ରସେନ ମହାରାଜା ଙ୍କ ଜୟନ୍ତୀ ଅବସରରେ ସମାଜସେବୀ ଅନୁଷ୍ଠାନ ଙ୍କୁ ସମ୍ମାନିତ

ଓଡ଼ିଶା ତାଜା ନ୍ୟୁଜ (୧୮ ଅକ୍ଟୋବର ରବିବାର ) ବରଗଡ଼ :- ଶ୍ରୀ ଶ୍ରୀ ଅଗ୍ରସେନ ମହାରାଜା ଙ୍କ ଜୟନ୍ତୀ ଉତ୍ସବ ପାଳନ ଅବସରରେ ଆଜି ଅଗ୍ରୱାଲ ସମାଜ ପକ୍ଷରୁ ବରଗଡ଼ ଜିଲ୍ଲା ର ବିଭିନ୍ନ ସ୍ଥାନରେ ସମାଜସେବା ଓ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ନିଷ୍ଠା ଓ ସ°କଳ୍ପ ପରିବାର ଙ୍କୁ ସମ୍ମାନୀତ କରାଯାଇଥିଲା । କୋଭିଟ କଟକଣା ପାଳନ କରାଯାଇ ଏକ ଉତ୍ସବରେ ଅଗ୍ରସେନ ଜୟନ୍ତୀ ସମାରୋହ ର ଅଧ୍ୟକ୍ଷ ଦିଲ୍ଲିପ ସାୱଡିଆ,

ସମ୍ପାଦକ ବିନୋଦ ଅଗ୍ରୱାଲ ମାରୱାଡ଼ି ଯୁବା ମଂଚର ଅଧ୍ୟକ୍ଷ ଅଜୟ ଅଗ୍ରୱାଲ ଉପସ୍ଥିତ ରହି ସମ୍ମାନିତ କରିଥିଲେ। ଖଣ୍ଡହତା ସ୍ଥିତ ନିଷ୍ଠା ପରିବାର ର ଉପଦେଷ୍ଟା ବିଦ୍ୟାଧର ଭୋଇ,ଯୁଗ୍ମ ସମ୍ପାଦକ ମଦନ ମୋହନ ଦାସ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ସ°କଳ୍ପ ପରିବାର ର ସଭାପତି ରୋହିତ ଜସଓ୍ବ।ଲ, ବିକାଶ ଅଗ୍ରୱାଲ,ଜି. ରମେଶ ପ୍ରମୁଖ ଉପସ୍ଥିତ ରହି ସମ୍ମାନ ପତ୍ର ଗ୍ରହଣ କରିଥିଲେ। ( ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version