ମାର୍କେଟ ବିଲ୍ଡିଂରେ ଆତଙ୍କରାଜ – ଭୁବନେଶ୍ୱର

ମାର୍କେଟ ବିଲ୍ଡିଂରେ ଦୋକାନୀଙ୍କୁ ଗୋଡ଼େଇ ପିଟିଲେ ୨୦ରୁ ୨୫ ମୁଖାପିନ୍ଧା ଦୁର୍ବୃତ୍ତ । ହାତରେ ମାରଣାସ୍ତ୍ର ଧରି ଗୋଟିଏ ପଟରୁ ପିଟି ଚାଲିଥିଲେ ଦୁର୍ବୃତ୍ତ ।

ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ୧୦.୦୧.୨୦୨୦ ଭୁବନେଶ୍ୱର :-  ଦୋକାନ କରିଥିବା ଉଠା ଦୋକାନୀଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ । ଦୋକାନ ଗୁଣ୍ଡ କରିବା ସହ ଯାହାକୁ ପାଇଲେ ପିଟିଲେ ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ଆକ୍ରମଣରେ ପ୍ରାୟ ଶହେରୁ ଅଧିକ ଦୋକାନ ଛିନ୍‌ଛତ୍ର ହୋଇଯାଇଛି । କିଏ, କାହିଁକି ଏମିତି ଅତର୍କିତ ଆକ୍ରମଣ କଲା, ଜଣାପଡ଼ିନି । ରାଜଧାନୀ ଭୁବନେଶ୍ୱର ମାର୍କେଟ ବିଲ୍‌ଡିଂରେ ଆତଙ୍କରାଜ ଚଳାଇଲେ ମୁଖା ପିନ୍ଧା ଦୁର୍ବୃତ୍ତ। ମାର୍କେଟ ବିଲ୍‌ଡିଂରେ ପସରା ମେଲାଇଥିବା ଉଠା ଦୋକାନୀଙ୍କୁ ୨୦ରୁ ୩୦ ଜଣ ଦୁର୍ବୃତ୍ତ ଗୋଡାଇ ଗୋଡ଼ାଇ ପିଟିଲେ । ଭୟ ଓ ଜୀବନ ବିକଳରେ ଦୋକାନୀମାନେ ପଳାଇ ଯାଉଥିବା ଦେଖିବାକୁ ମିଳିଛି ।

ଏହାକୁ ନେଇ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଛି।ମାର୍କେଟ ବିଲ୍‌ଡିଂରେ ଶତାଧିକ ଲୋକ ଉଠା ଦୋକାନ କରି ପରିବାର ଚଳାଇ ଆସୁଛନ୍ତି । ଅଜି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ହଠାତ୍‌ ୨୦ରୁ ୩୦ ଦୁର୍ବୃତ୍ତ ମୁଖା ପିନ୍ଧି ବିଭିନ୍ନ ମାରଣାସ୍ତ୍ର ଧରି ଗୋଟାଏ ପାର୍ଶ୍ୱରୁ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟି ଥିଲେ । ଏପରିକି ଦୋକାନୀଙ୍କ ସରଞ୍ଜାମ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଦୁର୍ବୃତ୍ତଙ୍କ ମାଡ଼ରେ କିଛି ଦୋକାନୀ ଆହତ ହୋଇଛନ୍ତି ।

ସେମାନଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଦୁର୍ବୃତ୍ତଙ୍କ ଆକ୍ରମଣ ପରେ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି । କମିଶନରେଟ୍‌ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରୁଛି । ଏପର୍ଯ୍ୟନ୍ତ ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ି ନାହିଁ ।

Exit mobile version