ଘୋଷଣା ହେଲା ବିଜେଡି ଓ ବିଜେପିର ଷ୍ଟାର ପ୍ରଚାର ତାଲିକାର ନାମ

ଓଡ଼ିଶା ତାଜା ନ୍ୟୁଜ ( ୧୭ ଅକ୍ଟୋବର ଶନିବାର) ଭୁବନେଶ୍ୱର :ବିଜେଡି ପକ୍ଷରୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥିବା ବେଳେ ବିଜେପି ପକ୍ଷରୁ ଦଳର ସଭାପତି ସମିର ମହାନ୍ତି ଅଛନ୍ତି । ଏହା ସହିତ ବିଜୁ ଜନତା ଦଳ ତରଫରୁ ବହୁ ମନ୍ତ୍ରୀ ବିଧାୟକଙ୍କ ନାମ ଏଥିରେ ସାମିଲ ଥିଲା ବେଳେ ବିଜେପି ପକ୍ଷରୁ ବହୁ କେନ୍ଦ୍ର ମନ୍ତ୍ରୀ ସାଂସଦଙ୍କ ନାମ ଏହି ତାଲିକାରେ ସାମିଲ ଅଛି । ଏଥିରେ ବିଜେଡ଼ି ପକ୍ଷରୁ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ,ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର, ଅନନ୍ତ ଦାସ,ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ,ଯୋଜନା ବୋର୍ଡ ଅଧ୍ୟକ୍ଷ ସଂଜୟ ଦାସ ବର୍ମା,ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆଦି ସାମିଲ ଥିବା ବେଳେ ବିଜେପି ଦଳ ତରଫରୁ 30 ଜଣିଆ ଦଳ ପ୍ରକାଶ ପାଇଛି । ସେଥିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ପ୍ରତାପ ଷଡଙ୍ଗୀ,ଭୁବନେଶ୍ବର ସାଂସଦ ତଥା ରାଷ୍ଟ୍ରିୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ , ରାଷ୍ଟ୍ରିୟ ପ୍ରବକ୍ତା ସମ୍ବତ ପାତ୍ର , ଓଡ଼ିଶା ପ୍ରଭାରି ତଥା ସାଂସଦ ଅରୁଣ ସିଂ, ସାଂସଦ ସୁରେଶ ପୂଜାରୀ, ରାଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା,ପୂର୍ବତନ ସାଂସଦ ଖାରବେଳ ସାଇଁ, ବିରୋଧି ଦଳ ନେତା ପ୍ରଦୀପ୍ତ

ନାୟକ, ବରିଷ୍ଠ ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି,ବରିଷ୍ଠ ନେତା ବିଜୟ ମହାପାତ୍ର , ରାଷ୍ଟ୍ରିୟ ସମ୍ପାଦକ ତଥା ସାଂସଦ ବିଶ୍ବେସର ଟୁଡୁ , ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ , ବରିଷ୍ଠ ନେତା ତଥା ତଥା ରାଜ୍ୟ ଉପସମ୍ପାଦକ ଭୃଗୁ ବକ୍ସିପାତ୍ର,ରାଜ୍ୟ ସାଧାରଣ ସମ୍ପାଦକ ପୃଥିବୀରାଜ ହରିଚନ୍ଦନ , ଗୋଲକ ମହାପାତ୍ର , ଲେଖାଶ୍ରୀ ସାମନ୍ତସିଂହାର,ବରିଷ୍ଠ ତଥା ପୂର୍ବତନ ଡିଜି ପ୍ରକାଶ ମିଶ୍ର ଆଦି 30 ଜଣିଆ ପ୍ରତିନିଧି ଦଳ ଘୋଷଣା କରାଯାଇଛି । ସର୍ବଦା ଉପନିର୍ବାଚନ ନିର୍ବାଚନ ଅପେକ୍ଷା ଅଧିକ ସରଗରମ ହୋଇଥିବା ସତ୍ତ୍ବେ ଏଥର ଉପକୂଳ ଦୁଇଟି ନିର୍ବାଚନ ମଣ୍ଡଳୀରେ କିଭଳି ଲଢେଇ ହେଉଛି ଦେଖିବାକୁ ବାକି ରହିଲା । କାରଣ କେନ୍ଦ୍ରରେ ବିଜେପି ସରକାର ଶାସନ କରୁଥିବା ବେଳେ ରାଜ୍ୟରେ ବିଜେଡି ସରକାର ଦୁଇ ଦଶନ୍ଧି ହେଲା ବହୁ ସଂଖ୍ୟା ଗରିଷ୍ଠ ଦଳ ହିସାବରେ ଶାସନ କରି ଚାଲିଛି । ଏହାକୁ ଆଖି ଆଗରେ ରଖି ସାଧାରଣ ଜନତା ଚାହିଁ ବସିଛନ୍ତି ବାଜିମାତ୍ କରୁଛି । ( ରିପୋର୍ଟ ସ୍ୱରୂପ ଦାସ୍ )

Exit mobile version