ପୂର୍ବତନ ସରପଞ୍ଚ ଗଜରାଜ ସିଂ ପୁଟାଙ୍କ ପିତାଙ୍କ ପରଲୋକ

ଓଡ଼ିଶା ତାଜା ନ୍ୟୁଜ ( ୧୭ ଅକ୍ଟୋବର ଶନିବାର) ପଦ୍ମପୁର :ପାଇକମାଲ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ତଥା ଜ୍ଯୋତିଷ , ଗବେଷକ ଶ୍ରୀ ଗଜରାଜ ସିଂ ପୁଟାଙ୍କ ପିତା ମଧୁସୂଦନ ପୁଟାଙ୍କ ଖପୁରୀଡିହୀ ଗ୍ରାମ ବାସ ଭବନ ଆଜି ସକାଳେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ୧୦୯ ବର୍ଷ ହେଉଥିଲା । ତାଙ୍କର ଦୁଇଟି ପୁଅ ଗଜରାଜ ସିଂ, ଗୋବର୍ଦ୍ଦନ , ଓ ଦୁଇଟି ବୋହୁ,ତିନୋଟି ଝିଅ ଜ୍ବାଇଁ ସହିତ ନାତିନାତୁଣୀ ଙ୍କୁ ଛାଡି ଯାଇଛନ୍ତି । ତାଙ୍କର ମୃତ୍ୟୁରେ ବରତୁଣ୍ତା ଅଞ୍ଚଳରେ ଶୋକ ଛାୟା ଖେଳିଯାଇଛି । ଗାଁର ଶ୍ମଶାନ ଘାଟରେ ଶେଷକୃତ୍ଯ କରା ଯାଇଥିବା ବେଳେ ବଡ ପୁତ୍ର ପୂର୍ବତନ ସରପଞ୍ଚ ତଥା ଜ୍ଯୋତିଷ ଗବେଷକ ଶ୍ରୀ ଗଜରାଜ ସିଂ ପୁଟା ମୁଖାଗ୍ନି ଦେଇ ଥିଲେ । ସ୍ବର୍ଗତ ମଧୁସୂଦନ ପୁଟା ତା ୪ ୵ ୨ ୵ ୧୯୧୧ ମସିହାରେ ଖୁପୁରିଡିହୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ବରତୁଣ୍ତା ଗ୍ରାମର ନିମ୍ନ ପ୍ରାଥମିକ ସ୍କୁଲରେ ବିଦ୍ଯା ଅଧ୍ୟନ କରିଥିଲେ ।

କିଛି ବର୍ଷ ପରେ ରାଜନୈତିକ ରେ ପସି ଜାମସେଠ ଗ୍ରାମ ପଞ୍ଚାୟତ ୱାର୍ଡ ମେମ୍ବର ଓ ନାଏକ ସରପଞ୍ଚ ଦାୟିତ୍ୱ ତୁଲାଇ ଥିଲେ । ତାପରେ ୧୯୫୧ ମସିହାରେ ପୁରେନା ସର୍କଲ ଗଣ୍ତ ସମାଜର ସମ୍ପାଦକ ଏବଂ ସଭାପତି ରେ ନିଯୁକ୍ତି ହୋଇ ଦୀର୍ଘ ୬୨ ବର୍ଷ ପୁରେନା ସର୍କଲ ଗଣ୍ତ ସମାଜ ସେବା କରିବା ସହିତ ୨୦୨୩ ମସିହାରେ ଇସ୍ତାଫା ଦେଇଥିଲେ । ସେ ଜଣେ କଂଗ୍ରେସ କର୍ମୀ ଓ ସମାଜସେବୀ ନିତିବାନ ଲୋକ ପ୍ରୀୟ ଥିଲେ । ସ୍ବର୍ଗତ ପୁଟାଙ୍କ ବିୟୋଗରେ ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ସତ୍ୟ ଭୂଷଣ ସାହୁ,ପାଇକମାଲ ବ୍ଲକ ପୂର୍ବତନ ଅଧ୍ୟକ୍ଷ ବିନୋଦ କାଲିଆ,ଭେଙ୍ଗରାଜପୁର ସମିତି ସଭ୍ୟ ତଥା ସମାଜସେବୀ ବିନୋଦ ବିହାରୀ ବିଶ୍ବାଳ,ବରତୁଣ୍ତା ପୂର୍ବତନ ସରପଞ୍ଚ ଶ୍ରୀ ଦୁଃଶାସନ କୁମ୍ଭାର,ଗନ୍ଧମାର୍ଦ୍ଦନ ଯୁବ ପରିଷଦ ସଂପାଦକ ଦୁର୍ଯ୍ୟୋଧନ ପୁଟାଙ୍କ ସମେତ ଗଭୀର ଶୋକ ପ୍ରକାଶ କରି ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version