ଉପନିର୍ବାଚନ ପୂର୍ବରୁ ବିଜେପିକୁ କଂଗ୍ରେସର ବଡ଼ ପ୍ରଶ୍ନ ; କୁଆଡ଼େ ଗଲା AIIMS-ସୁପର ସ୍ପେସାଲିଟି ହସ୍ପିଟାଲ.. ?

ଓଡ଼ିଶା ତାଜା ନ୍ୟୁଜ (୧୭ ଅକ୍ଟୋବର ଶନିବାର ) ବାଲେଶ୍ୱର :- ବାଲେଶ୍ୱର ସଦର ଉପନିର୍ବାଚନ ପୂର୍ବରୁ ବିଜେପିକୁ ଟାର୍ଗେଟ୍‌ କରିଛି କଂଗ୍ରେସ । ଦଳ ତରଫରୁ ବିଜେପିକୁ ପଚରାଯାଇଛି କିଛି ପ୍ରଶ୍ନ । କୁଆଡେ ଗଲା AIIMS ଓ ସୁପର ସ୍ପେସାଲିଟି ହସ୍ପିଟାଲ । ସରକାରୀ ନର୍ସିଂ କଲେଜର ଯେଉଁ ପ୍ରତିଶ୍ରୁତି ଦେଇଥିଲା ବିଜେପି, ତାହା ଏଯାଏଁ କାହିଁକି ହୋଇନି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଏହି ପ୍ରସଙ୍ଗରେ ଖୋଲା ମଞ୍ଚରେ ଆଲୋଚନା ପାଇଁ ବିଜେପିକୁ ଆହ୍ୱାନ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସେପଟେ ବାଲେଶ୍ୱରବାସୀ ବିଜେପିକୁ ପ୍ରତ୍ୟାଖାନ କରନ୍ତୁ ବୋଲି ଅପିଲ କରିଛନ୍ତି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ l (ଦୀପ୍ତିମାନ ପତି /ବାଲେଶ୍ୱର )

Exit mobile version