ମେଡ୍ ଇନ୍ ଇଂଲଣ୍ଡ ସାମଗ୍ରୀ ଓ ସନ୍ଦୀଗ୍ଧ ବସ୍ତୁକୁ ନେଇ ନୀଳଗିରିରେ ଆତଙ୍କ

ଓଡ଼ିଶା ତାଜା ନ୍ୟୁଜ (୧୭ ଅକ୍ଟୋବର ଶନିବାର ) ନୀଳଗିରି :- ଜରି ପ୍ୟାକେଟ ଭିତରୁ ମିଳିଲା ବେଲୁନ୍ ସହିତ ବ୍ୟାଟେରୀ ଓ ଟାୱାର ତାର ; ମେଡ୍ ଇନ୍ ଇଂଲଣ୍ଡ ସାମଗ୍ରୀକୁ ନେଇ ଚର୍ଚ୍ଚା ଜବତ ସାମଗ୍ରୀକୁ ଯାଂଚ ପାଇଁ ଚାନ୍ଦୀପୁର ପଠାଇଲା ପୋଲିସ ନୀଳଗିରିରେ ସନ୍ଦୀଗ୍ଧ ବସ୍ତୁକୁ ନେଇ ଆତଙ୍କ । ବେଲୁନ୍ ସହିତ ବ୍ୟାଟେରୀ ଓ ଟାୱାର ତାର ମିଳିବା ପରେ ସ୍ଥାନୀୟ ଅଂଚଳରେ ଲୋକଙ୍କ ଭିତରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି । ତେବେ କିଏ ଓ କାହିଁକି ଏହି ବେଲୁନକୁ ଆଣି ଏଠାରେ ପକାଇଲା ସେନେଇ ଚର୍ଚ୍ଚା ଧରିଛି । (ଦୀପ୍ତିମାନ ପତି /ବାଲେଶ୍ୱର )

Exit mobile version