ଶ୍ରୀ ଜଗନ୍ନାଥ ଡିଜିଟାଲ ଜନ ଜାଗରଣ ପାଇଁ ବ୍ୟାପକ ପ୍ରସ୍ତୁତି

ଓଡ଼ିଶା ତାଜା ନ୍ୟୁଜ (୧୭ ଅକ୍ଟୋବର ଶନିବାର ) :- ଡିଜିଟାଲ ମଞ୍ଚରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଜନ ଜାଗରଣ ଓ ନାମ ଯଜ୍ଞ ମହାସମାରୋହ ରେ ପାଳନ କରାଯିବା ପାଇଁ ଏଠାରେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣାଯାଇଛି ଦିଲ୍ଲୀର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସ୍ୱର ସମର୍ପଣ ଦ୍ୱାରା ପ୍ରଥମ ଥର ପାଇଁ ଆୟୋଜନ କରାଯାଉଥିବା ଏହି ଅନନ୍ୟ ଇଣ୍ଟରନେଟ ଆଧ୍ୟାତ୍ମିକ ଅଧିବେଶନର, ରାଜସ୍ଥାନ ର ଭିବାଡ଼ି ସ୍ଥିତ ଜଗନ୍ନାଥ ମନ୍ଦିର ପରିସର ରେ ନଭେମ୍ବର ୨୫ ତାରିଖ ରେ ଶୁଭାରମ୍ଭ ହେବାର ଯୋଜନା ରହିଛି ହୀନ୍ଦୁ ସନାତନ ଭଗବାନ ଶ୍ରୀ ଜଗନ୍ନାଥଙ୍କ ଅପାର ମହିମାକୁ ବିଶ୍ୱର କୋଣ ଅନୁକୋଣ ରେ ପହୁଁଚାଇବା ଉଦେଶ୍ୟରେ ହେଉଥିବା ଏହି ଅଭିନବ ପ୍ରୟାସ ସହିତ ବିଶ୍ୱଭରି ଜଗନ୍ନାଥ ପ୍ରେମୀ, ଭକ୍ତ ଓ ଜଗନ୍ନାଥ ମନ୍ଦିର ଗୁଡିକ ଅନଲାଇନ ଜରିଆରେ ସାମିଲ ହେବେ ବୋଲି ମୁଖ୍ୟ ଆୟୋଜକ ସ୍ୱର ସମର୍ପଣ ର ସଂସ୍ଥାପକ ଅଧ୍ୟକ୍ଷ ଆଚାର୍ଯ୍ୟ ଅଭିମନ୍ୟୁ ପ୍ରକାଶ କରିଛନ୍ତି ଦେଶ ବିଦେଶ ରେ ଶ୍ରୀ ଜଗନ୍ନାଥଙ୍କୁ ଜନସାଧାରଣ କିଭଳି ଘରେ ଘରେ ଜାଣିବେ, ଏଥି ନିମନ୍ତେ ଶ୍ରୀ ଜଗନ୍ନାଥ ଜାଗରଣ ଓ ଜନ ଜାଗରଣ ର ପରିକଳ୍ପନା କରାଯାଇଥିବା ଶ୍ରୀ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି ଦାରୁବ୍ରହ୍ମଙ୍କ ର ଦର୍ଶନ,ତତ୍ୱ ଓ ଲୀଳା ସଂପର୍କ ରେ ବ୍ୟାପକ ଜନସଚେତନା ସୃଷ୍ଟି କରିବା ଅର୍ଥରେ ବ୍ରତ, ଜନ୍ମଦିନ, ବିବାହ, ଗୃହ ପ୍ରବେଶ ଆଦି ମାଙ୍ଗଳିକ କାର୍ଯ୍ୟ ଅବସରରେ ଶ୍ରୀ ଜଗନ୍ନାଥ ଜାଗରଣ କରାଯିବା ପାଇଁ ସେ ପରାମର୍ଶ ଦେଇଛନ୍ତି ଏହି ଐଶ୍ୱରିକ ଉଦ୍ୟମ କୁ ଅଧିକ ଲୋକାଭିମୂଖୀ କରାଯିବା ଲକ୍ଷରେ ଶ୍ରୀ ଜଗନ୍ନାଥ ଜାଗରଣ କୁ ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦ କରାଯାଉଥିବା ଶ୍ରୀ ଆଚାର୍ଯ୍ୟ ସୁଚାଇଛନ୍ତି

ଫଳସ୍ୱରୂପ ସମଗ୍ର ମାନବ ସମାଜ ଏକ ଅଲୌକିକ ସାଂସ୍କୃତିକ ଅଭ୍ୟୁଦୟ କୁ ଅଙ୍ଗେ ନିଭାଇବାକୁ ଯାଉଥିବା ସେ ଦର୍ଶାଇଛନ୍ତି ସମସ୍ତ କାର୍ଯ୍ୟକ୍ରମ ର ସୁଚାରୁ ଆୟୋଜନ ଓ ଉତ୍ତମ ପରିଚାଳନା ଲକ୍ଷରେ ନିକଟରେ ଏକ ପ୍ରସ୍ତୁତି ବୈଠକ ଭିବାଡ଼ି ଜଗନ୍ନାଥ ମନ୍ଦିର ରେ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକ ରେ ଶ୍ରୀ ଜଗନ୍ନାଥ ସାଂସ୍କୃତିକ ସେବା ସଙ୍ଘ, ଭିବାଡି ମନ୍ଦିର କମିଟି ପକ୍ଷରୁ ସଭାପତି ରାଜେନ୍ଦ୍ର କୁମାର ନାୟକ, ଉପସଭାପତି ନବୀନ କିଶୋର ଲେଙ୍କା, ସଂପାଦକ ଅମିୟ ମହାନ୍ତି, କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ବେହେରା, ସାଂସ୍କୃତିକ ସଂପାଦକ ରାଜୀବ ଲୋଚନ ସାହୁ, ଉପ ସାଂସ୍କୃତିକ ସଂପାଦକ ଆନନ୍ଦ କୁମାର ସାମଲ ଓ ଉପଦେଷ୍ଟା ବସନ୍ତ କୁମାର ନାୟକ ପ୍ରମୁଖ ଅଂଶ ଗ୍ରହଣ କରି ଉକ୍ତ ଧାର୍ମିକ ମହୋତ୍ସବ କୁ ହାର୍ଦ୍ଧିକ ସ୍ୱାଗତ ଜଣାଇବା ସାଙ୍ଗକୁ ଏହି ମହତ କାର୍ଯ୍ୟ ରେ ସମ୍ପୂର୍ଣ ସହଯୋଗ ପ୍ରଦାନ କରିବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ସାହିତ୍ୟିକ ଅକ୍ଷୟ ଓଝା, ଜଗନ୍ନାଥଙ୍କ ପୁଣ୍ୟଭୂମି ରେ ଜନ୍ମ ନେଇଥିବା ପ୍ରତ୍ୟେକ ଓଡ଼ିଆ, ବଡ଼ଠାକୁରଙ୍କ ପ୍ରତିଥିବା ନିଜର ଉତ୍ତରଦାୟିତ୍ୱକୁ ନିର୍ବାହ କରିବା ଅଭିପ୍ରାୟରେ ଏହି ଜନଜାଗରଣ ୱେବ ଅଭିଯାନ ରେ ଭାଗ ନେବାକୁ ନିବେଦନ କରିଥିଲେ ଶେଷରେ ଧନ୍ୟବାଦ ଅର୍ପଣ କରି ଆଚାର୍ଯ୍ୟ ଅଭିମନ୍ୟୁ ଏହି ଭରଚୁଆଲ ମହୋତ୍ସବ କୁ ସର୍ବାଙ୍ଗେ ସଫଳ କରିବା ପାଇଁ ସମସ୍ତଙ୍କର ସାହାଯ୍ୟ, ସହଯୋଗ ଓ ସଦ୍ଦିଚ୍ଛା କାମନା କରିଥିଲେ

Exit mobile version