ଓଡ଼ିଶା ତାଜା ନ୍ୟୁଜ (୧୭ ଅକ୍ଟୋବର ଶନିବାର ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ତଥା ଦକ୍ଷିଣ ଓଡ଼ିଶା ର ଜଣେ ପୋଖତ୍ ନାଟୁଆ ନାଟ୍ୟକାର ନିର୍ଦ୍ଦେଶକ ତଥା କ୍ରିଏଟିଭ ଆର୍ଟସ୍ ର ପ୍ରତିଷ୍ଠାତା ସଭ୍ୟ ପ୍ରବୀଣ ପଣ୍ଡା ଆଜି ଆମ ଗହଣ ରେ ଆଉ ନାହାନ୍ତି, ପାରଳା ନାଟ୍ୟ ପ୍ରେମୀ ଙ୍କ ପାଇଁ ଏକ ମର୍ମାହତ ଖବର। ପ୍ରବୀଣ ପଣ୍ଡାଙ୍କ ବୀୟଗୋରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ କେ. ନାରାୟଣ ରାଓ, ବିଜେଡ଼ି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ବରିଷ୍ଠ ବିଜେଡ଼ି ନେତା ବସନ୍ତ ଦାସ, ପୂର୍ବତନ ନଗରପାଳ, ନୃସିଂହ ଚରଣ ପଟ୍ଟନାୟକ, ଗଜପତି ଜିଲ୍ଲା ସାମ୍ବାଦିକ ସଂଘର
ସଭାପତି ଗରୁଡ଼ ଧ୍ୱଜ ଚୌଧୁରୀ, ସାଧାରଣ ସମ୍ପାଦକ ସଂପାଦକ ତାରିଣୀ ପ୍ରସାଦ ପଣ୍ଡା, ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ, ରଶ୍ମି ରଞ୍ଜନ ମିଶ୍ର, ଶିଶିର ଗୌଡ, କୃଷ୍ଣ କୁମାର ବେହେରା, ସୁଜିତ ବିଷୋୟୀ, ସୋରଜ ବୀର, ସିତାନlଥ ପଣ୍ଡା ବିବେକାନନ୍ଦ ବେହେରା, ରମେଶ ଚନ୍ଦ୍ର ପାତ୍ର, ପୂର୍ବତନ କାଉନସିଲର ବିଭୂତି ନାୟକ, ତ୍ରିପତି ପାତ୍ର, ବିଷ୍ଣୁ ପାଢି, ନାଟ୍ୟକାର ପ୍ରଦିପ୍ତ ପଟ୍ଟନାୟକ, ରମେଶ ଚୌଧୁରୀ, ଦେବେନ୍ଦ୍ର ଦାସ, ସାମ୍ବାଦିକ ରୁପେଶ ସାହୁ, ବାସୁଦେବ ଦାସ, ଆଦର୍ଶ ଦାସ, ଗୋବିନ୍ଦ ଆଚାର୍ଯ୍ୟ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି l (ଗରୁଡ଼ ଧ୍ୱଜ ଚୌଧୁରୀ)
