ଢେଙ୍କାନାଳରେ ଆଜି ନୂଆ ୩୩ ଚିହ୍ନଟ ଏବଂ ୬୬ ସୁସ୍ଥ

ଓଡ଼ିଶା ତାଜା ନ୍ୟୁଜ୍ (୧୭ ଅକ୍ଟୋବର ଶନିବାର ) ଢେଙ୍କାନାଳ :- ଜିଲ୍ଲାରେ ୩୩ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୨୨ ଜଣ ହୋମ୍ କ୍ଵାରେଣ୍ଟାଇନରୁ, ୭ ଜଣ ଲୋକାଲ୍ କଣ୍ଟାକ୍ଟ୍ ଏବଂ ୪ ଜଣ କଟକ ଓ ଭୁବନେଶ୍ବରରେ ଥିବା ହସ୍ପିଟାଲରେ ଚି‌ହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ପରଜଙ୍ଗ ବ୍ଲକର ପରଜଙ୍ଗରୁ ୪,ଗଇଲୋରୁ ୩,ମୁଣ୍ଡେଇଲୋ ଓ ଜହ୍ନପଡାରୁ ଜଣେ ଲେଖାଏଁ, କଙ୍କଡ଼ାହାଡ଼ ବ୍ଲକର ସରବେରିଣିରୁ ୩, ଭୁବନ ଏନ୍ ଏ ସି ରୁ ଜଣେ, ବ୍ଳକର ଜିରାଳରୁ ୨,ଟାଙ୍ଗରପଡା,ମାର୍ଥାପୁର ଓ ଓଡିଶରୁ ଜଣେ ଲେଖାଏଁ , କାମାକ୍ଷାନଗର ଏନ୍ ଏ ସି ରୁ

ଜଣେ , ହିନ୍ଦୋଳ ଏନ୍ ଏ ସି ରୁ ୨ ଏବଂ ବ୍ଲକର ଗୁହାଳିପାଳରୁ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି । ସେହିପରି ଢେଙ୍କାନାଳ ପୌରାଞ୍ଚଳର ୮ ଜଣଙ୍କ ମଧ୍ୟରୁ ଦକ୍ଷିଣକାଳୀରୁ ୬,କୁଞ୍ଜକାନ୍ତ ଓ ରାମେଶ୍ବର ପୁରରୁ ଜଣେ ଲେଖାଏଁ, ସଦର ବ୍ଲକର ଗୋବିନ୍ଦପୁର ଓ ମଙ୍ଗଳପୁରରୁ ଜଣେ ଲେଖାଏଁ ଏବଂ ଗନ୍ଦିଆ ବ୍ଲକର ଗୁଣ୍ଡୁରାପସି ଗ୍ରାମରୁ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଆଜି ଆଉ ୬୬ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିସୁଦ୍ଧା ଜିଲ୍ଲାରେ ସମୁଦାୟ ୪୫୯୦ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୪୧୭୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୦୩ ଜଣ ଚିକିତ୍ସାଧୀନ ଥିବାବେଳେ ୧୨ ଜଣ ମୃତ୍ୟୁବରଣ କରିଛନ୍ତିି । ( ରିପୋର୍ଟ / ଅମର ରଞ୍ଜନ ଦାସ )

Exit mobile version