ଛତ୍ରପୁର ଏନ୍‌ଏସି ପକ୍ଷରୁ ଡ୍ରେନ୍‌ ଉପରୁ ଜବରଦଖଲ ଉଚ୍ଛେଦ ଆରମ୍ଭ

ଓଡ଼ିଶା ତାଜା ନ୍ୟୁଜ୍ (୧୬ ଅକ୍ଟୋବର ଶୁକ୍ରବାର )  ଛତ୍ରପୁର :-  ଛତ୍ରପୁର ଏନ୍‌ଏସି ପକ୍ଷରୁ ବିଭିନ୍ନ ସ୍ଥାନରେ ଥିବା ଡ୍ରେନ୍‌ ଉପରେ ଲୋକେ ଜବରଦଖଲ କରିଛନ୍ତି । ଏଥିସହ ଡ୍ରେନ୍‌ରେ ଅଳିଆ ଆବର୍ଜନା ଆଦି ପକାଉଛନ୍ତି । ଫଳରେ ଡ୍ରେନ୍‌ ପାଣି ନିଷ୍କାସିତ ହୋଇପାରୁନି ବିଶେଷକରି ବର୍ଷାଦିନେ ପରିସ୍ଥିତି ବେହାଲ ହୋଇପଡୁଛି । ବାରମ୍ବାର ଛତ୍ରପୁର ଏନ୍‌ଏସି ପକ୍ଷରୁ ଏପରି ନ କରିବାକୁ ଲୋକଙ୍କୁ କୁହାଗଲେ ମଧ୍ୟ ଲୋକେ ଅମାନିଆ ହେଉଛନ୍ତି । ଏହା ଉପରେ ଅଙ୍କୁଶ ଲଗାଇବାକୁ ଛତ୍ରପୁର ଏନ୍‌ଏସି ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି । ଛତ୍ରପୁର ଏନ୍‌ଏସି ୬ ନଂ. ୱାର୍ଡର ବଡ ବଜାର ମୁଖ୍ୟ ରାସ୍ତାରେ ଥିବା ଡ୍ରେନ୍‌ ଉପରୁ ଜବରଦଖଲ ଉଚ୍ଛେଦ କରାଯାଇଥିବା ନିର୍ବାହୀ ଅଧିକାରୀ ଏନ୍‌ ଗଣେଷ ବାବୁ ସୂଚନା ଦେଇଛନ୍ତି । ଏଥିସହ ଡ୍ରେନ୍‌ରେ କୌଣସି ଜିନିଷ ନ ପକାଇବାକୁ ଡ଼ାକବାଜି ଯନ୍ତ୍ର ସହାୟତାରେ ଜନସାଧାରଣଙ୍କୁ କୁହାଯାଇଛି । ଏହାର ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଆଦାୟ ହେବ ବୋଲି ସତର୍କ କରାଯାଇଛି । (ରିପୋର୍ଟ: ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ)

Exit mobile version