ମୁଖ୍ୟମନ୍ତ୍ରୀଙ୍କ ୭୫ତମ ଜନ୍ମତିଥିରେ “ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ” ଆନୂକୁଲ୍ୟରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ରକ୍ତଦାନ ଶିବିର ଆୟୋଜିତ

ଓଡ଼ିଶା ତାଜା ନିୟୁଜ୍ (୧୬ ଅକ୍ଟୋବର ଶୁକ୍ରବାର) ଢେଙ୍କାନାଳ : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୫ ତମ ଜନ୍ମତିଥିରେ ଜିଲ୍ଲା ପରଜଙ୍ଗ ବ୍ଳକ ଅଧୀନ ଦଦରାଘାଟି ହାଇସ୍କୁଲ ଠାରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ଯୁବନେତା ଅସିତ୍ କୁମାର ରାୟ ଚୌଧୁରୀଙ୍କ ନେତୃତ୍ୱରେ ଓଡିଶା ମୋ ପରିବାର “ଜୀବନବିନ୍ଦୁ” ଆନୁକୂଲ୍ୟରେ ୩୪୦ ଉନିଟ ରକ୍ତଦାନ କରାଯାଇଛି ।

ଏଥିରେ ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦ୍ୱୀପ ପ୍ରଜ୍ୱଳନ କରି ରକ୍ତଦାନ ଶିବିରକୁ ଉଦଘାଟନ କରିବା ସହ ଉପସ୍ଥିତ ଜନସାଧାରଣଙ୍କୁ କରୋନା ସଚେତନତା ବାର୍ତ୍ତା ଦେଇ ମାସ୍କ୍ ବଣ୍ଟନ କରିଥିଲେ ଏବଂ ଯୁବବର୍ଗଙ୍କୁ ରକ୍ତଦାନ ଓ କରୋନା ରୋଗରେ ସୁସ୍ଥ ହୋଇ ଫେରୁଥିବା ବ୍ୟକ୍ତି ପ୍ଲାଜମା ଦାନ କରି ଗୋଟିଏ ଅମୂଲ୍ୟ ଜୀବନ ବଞ୍ଚାଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।

ଏହି ଶିବିରରେ ପରଜଙ୍ଗ ବ୍ଲକ୍ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା, ଜିଲ୍ଲା ବିଜେଡି ଛାତ୍ର ସଭାପତି ସୁରଜ ମହାପାତ୍ର, ବିଜେଡ଼ି ବ୍ଲକ ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି, ଯୁବ ସଭାପତି ସୁବ୍ରତ ଦାସ, ଜିଲ୍ଲା ସମ୍ପାଦକ ଭୂପେଶ ଚନ୍ଦ୍ର ପ୍ରଧାନ, ବ୍ଲକ୍ ଉପାଧ୍ୟକ୍ଷା ବିଳାସିନୀ ସେଠୀ, “ଯୁବଶକ୍ତି” ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ, ସମାଜସେବୀ ପ୍ରିୟଦର୍ଶୀ ବିଶ୍ୱାଳ ଓ ସମସ୍ତ ମିଡିଆ ପ୍ରତିନିଧିମାନେ ସାମିଲ ଥିଲେ । ଏହି କାର୍ଯ୍ୟକ୍ରମର ସମସ୍ତ ପରିଚାଳନା ଆଖୁଆପାଳ ସରପଞ୍ଚ ପ୍ରଦୀପ କୁମାର ବେହେରା କରିଥିବା ବେଳେ ଏଥିରେ ତାଙ୍କୁ ବିଜୁ ଯୁବ ବାହୀନି ର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ । (ରିପୋର୍ଟ୍ ଅମର ରଞ୍ଜନ ଦାସ)

Exit mobile version