ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଡଃ ଏପିଜେ ଅବଦୁଲ କଲାମଙ୍କୁ ଶ୍ରଦ୍ଧାଞ୍ଜଳୀ

ଓଡ଼ିଶା ତାଜା ନ୍ୟୁଜ (୧୬ ଅକ୍ଟୋବର ଶୁକ୍ରବାର ) କଳାହାଣ୍ଡି :- ପୂର୍ବତନ ରାଷ୍ଟ୍ରପତି ତଥା ମିସାଇଲ ମେନ୍ ଡଃ ଏପିଜେ ଅବଦୁଲ କଲାମଙ୍କ ଜନ୍ମ ଜୟନ୍ତୀରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି। କଳାହାଣ୍ଡି ଜିଲ୍ଲା ଯୁବ ବିଜେଡ଼ି ସଭାପତି ଆଦିତ୍ୟ ନନ୍ଦ,ବରିଷ୍ଠ ବିଜେଡି ନେତା ଜିତେନ୍ଦ୍ର ମହାନ୍ତି,ରାଜ୍ୟ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର,ରାଜ୍ୟ ଯୁବ ବିଜେଡ଼ି ଉପ ସଭାପତି ମଣ୍ଟୁ ନାଏକ,ରାଜ୍ୟ ସହ

ସମ୍ପାଦକ ରବି ପଟ୍ଟନାୟକ, କିଶୋର ଗହୀର ,ଦିନେଶ ବଗର୍ତ୍ତି ,ଲବଣୀ ମହାନନ୍ଦ , କ୍ଷୀରସିନ୍ଧୁ ନାଏକ ପ୍ରମୁଖ ଉପସ୍ଥିତ ରହି ଭବାନୀପାଟଣା ଶିକ୍ଷକ ଭବନ ଠାରେ ଥିବା ଅବଦୁଲ କଲାମଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ । ଡଃ କାଲାମଙ୍କ ଜନ୍ମ ଜୟନ୍ତୀଙ୍କୁ ବିଶ୍ଵ ଛାତ୍ର ଦିବସ ଭାବେ ପାଳନ କରୁଛି । ଏଣୁ ଦଳ ପକ୍ଷରୁ ବିଜୁ ଯୁବ ଓ ଛାତ୍ର ଜନତା ଦଳ କଲାମଙ୍କ ଆଦର୍ଶ ଜୀବନୀ ଉପରେ ଆଲୋକପାତ କରି ତାଙ୍କ ପଦାଙ୍କ ଅନୁସରଣ କରିବା ଉଚିତ ବୋଲି କହିଛି । ( ରିପୋର୍ଟ ପ୍ରଦୀପ କୁମାର ଗଉଡ)

Exit mobile version