ଗଣବଳତ୍କାର ଘଟଣା ବିରୁଦ୍ଧରେ , ଉତ୍ତର ପ୍ରଦେଶ ସରକାରର ଇସ୍ତଫା ଦାବି କଲେ ; ଗଞ୍ଜାମ ଜିଲ୍ଲା ଦଳିତ ମଞ୍ଚ

ଓଡ଼ିଶା ତାଜା ନ୍ୟୁଜ୍ (୧୬ ଅକ୍ଟୋବର ଶୁକ୍ରବାର )  ବ୍ରହ୍ମପୁର :- ଉତ୍ତରପ୍ରଦେଶର ହାଥରସରେ ଦଳିତ ଝିଅ ମନୀଷା ବାଲ୍ମୀକିଙ୍କୁ ଗଣବଳାକ୍ତାର କରି ହତ୍ୟା କରିଦିଆଯାଇଛି ଏହାର ମୃତ୍ୟୁରେ ଆଜି ସର୍ବ ଭାରତୀୟ ସ୍ତରରେ ମନୀଷା ବାଲ୍ମୀକିଙ୍କ ପରିବାରକୁ ନ୍ୟାୟ ଦେବା ସହ ଉତ୍ତର ପ୍ରଦେଶ ସରକାରର ଇତ୍ସଫା ଦାବି ନେଇ ଗଞ୍ଜାମ ଜିଲ୍ଲା ଦଳିତ ମଞ୍ଚ ତରଫରୁ ବାଇକ ରାଲି କରଯାଇଥିଲା । ଏହି ବାଇକ ରାଲି ବ୍ରହ୍ମପୁରର ଗାନ୍ଧୀ ନଗର ସ୍ଥିତ ଗାନ୍ଧୀ ପ୍ରତିମା ଠାରୁ ବ୍ରହ୍ମପୁରର ଆର୍ଡିସି ଅଫିସ ସମ୍ମୁଖରେ ପହଞ୍ଚିଥିଲା । ଉତ୍ତର ପ୍ରଦେଶ ସରକାର ଦଳିତ, ବହୁଜନ ଉପରେ ହଉଥିବା ଗଣ ଧର୍ଷଣ ଓ ହତ୍ୟା କୁ ରୋକିବାରେ ବିଫଳ ହୋଇଛନ୍ତି ସେଥିପାଇଁ ଉତ୍ତର ପ୍ରଦେଶ ସରକାର ଇସ୍ତଫା ଦେଇ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ହେଇପାରିବ ବୋଲି ଗଞ୍ଜାମ ଜିଲ୍ଲା ଦଳିତ ମଞ୍ଚ ଆର୍ଡିସିଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସମସ୍ତ ଦାବି ପ୍ରଦାନ କରାଯାଇଥିଲା । ଏହି ଦଳିତ ଝିଅ ମନୀଷା ବାଲ୍ମୀକିଙ୍କୁ ବଳାକ୍ତାର କରି ତାଙ୍କ ଝିଭକୁ କାଟି ଦେଇ ତାଙ୍କ ଶରୀରର ବିଭିନ୍ନ ଅଙ୍ଗକୁ କ୍ଷତ ବିକ୍ଷତ କରଯାଇଥିଲା ଯାହା ଦ୍ଵାରା ତାଙ୍କର ଦିଲ୍ଲୀର ହସ୍ପିଟାଲରେ ତଳଦିନେ ମୃତ୍ୟ ହୋଇଥିଲା ।

ସବୁଠୁ ଦୂଃଖର ଓ ଲଜ୍ଜ୍ୟାର ବିଷୟ ତାଙ୍କ ଶବକୁ ପରିବାରଙ୍କୁ ଦିଆଯାଇନଥିଲା ଉତ୍ତରପ୍ରଦେଶ ପୁଲିସ ନିଜେ ଶବ ସକ୍ତାର କରିଥିଲା ବର୍ତ୍ତମାନ ଏହି ସରକାର ତଥ୍ୟକୁ ଲୁଚାଇବାକୁ ଚେଷ୍ଠା କରୁଛି ବଳାକ୍ତାର ମାମଲାକୁ ଦବାଇବା ସହ ବଳାକ୍ତାର ହୋଇନି ବୋଲି ମିଛ ପ୍ରଚାର ଚଲାଉଛନ୍ତି । ଏହି ବିରୋଧ ପ୍ରଦର୍ଶନରେ ମନୀଷା ବାଲ୍ମୀକିଙ୍କ ବଳାକ୍ତାରିକୁ ଫାସି ଦିଆଯାଉ ଯାହା ସୁପ୍ରୀମ କୋର୍ଟ ନଜରରେ ସ୍ଵତନ୍ତ୍ର ତଦନ୍ତ କରି କରାଯାଉ ଏବଂ ତାଙ୍କ ପରିବାରର ସଦସ୍ୟଙ୍କୁ ସରକାରୀ ଚାକିରୀ ଓ ପାଠପଡା ଖର୍ଚ୍ଚ ଉତ୍ତରପ୍ରଦେଶ ସରକାର ବହନ କରି ନ୍ୟାୟ ଦିଆଯାଉ, ପୀଡ଼ିତା ପରିବାରଙ୍କୁ ସୁରକ୍ଷା ଦେବା ପାଇଁ ଦାବି ଜଣାଯାଇଥିଲା । ଗଞ୍ଜାମ ଜିଲ୍ଲା,ଓଡିଶା ରାଜ୍ୟ ଏବଂ ସାରା ଭାରତରେ ହେଉଥିବା ମହିଳା, ଦଳିତ, ବହୁଜନ ଉପରେ ଅତ୍ୟାଚାର, ହିଂସା କୁ ରୋକିବା ପାଇଁ ନବୀନ ସରକାର ଓ ମୋଦୀ ସରକାର ଧ୍ୟାନ ଦିଅନ୍ତୁ ଦାବୀ ହୋଇଥିଲା । ଏହି ବିରୋଧ ପ୍ରତିବାଦରେ ଦେବେନ୍ଦ୍ର ଘଡେଇ, ପ୍ରଶାନ୍ତ ନାୟକ, ସୁଧୀର ଦାସ, ମଧୁସୁଦନ, ଅବନୀ ଗୟା, ଅମର ନାହକ, ଆଶିଷ ଦାସ,ଚିନ୍ତାମଣି ନାୟକ, ସାଜିଦ ହୁସେନ, ରଞ୍ଜିତ,ଶିବରାମ ସାହୁ ,ଡି॰ ପାତ୍ର, ବିଶ୍ଵ ଚନ୍ଦ୍ର ମାଧଇ, ଗଗନ ମଲ୍ଲିକ, ଉମା ଦାସ, ଜଗା ହାତୀ ସମେତ ଅନେକ ନେତୃତ୍ଵବୃନ୍ଦ ଉପସ୍ଥିତ ଥିଲେ । (ରିପୋର୍ଟ : ଶେଷଦେବ ସାହୁ )

Exit mobile version