ଜେଏନୟୁ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ବର୍ବରଚିତ ଆକ୍ରମଣ ବିରୋଧରେ ରଣପୁର ବିଜୁ ଯୁବଛାତ୍ର ଜନତା ଦଳ ତରଫରୁ ପ୍ରତିବାଦ ସଭା ।

ନୟାଗଡ ଜିଲ୍ଲା (ଓଡିଶା ତାଜା ନିଉଜ୍) ରଣପୁର – ଚାନ୍ଦପୁର 2020 :- ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀର ବିଜୁ ଯୁବଛାତ୍ର ଜନତା ଦଳର ଶତାଧିକ ଛାତ୍ର ଛାତ୍ରୀ ଏକତ୍ରିତ ହୋଇ ଜେଏନ୍‌ୟୁ ପରିସରରେ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ବର୍ବରଚିତ ଆକ୍ରମଣ ବିରୋଧରେ ଚାନ୍ଦପୁର ଛକ ଠାରେ ପ୍ରତିବାଦ ସଭା ଆୟୋଜନ କରିଥିଲେ।

ଜେଏନ୍‌ୟୁ ପରିସରରେ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ । ଗଣତନ୍ତ୍ରଣରେ ହିଂସାର କୌଣସି ସ୍ଥାନ ନାହିଁ। ଯେଉଁଠାରେ ପିଲାଙ୍କ ଭବିଷ୍ୟତ ଗଢ଼ାଯାଉଛି ସେଠାରେ ଏଭଳି ହିଂସା ଲଜ୍ଜାଜନକ।ଏହି ହିଂସା ସମଗ୍ର ଛାତ୍ର ସମାଜକୁ ଗଭୀର ଆଘାତ ଦେଇଛି ।

ଯେଉଁମାନେ ମଧ୍ୟ ଏଭଳି କାର୍ଯ୍ୟରେ ସଂଶ୍ଲିଷ୍ଟ ସେମାନଙ୍କୁ ତୁରନ୍ତ ଗିରଫ କରାଯିବା ସହିତ ଭବିଷ୍ୟତରେ କିଭଳି ବିଶ୍ୱବିଦ୍ୟାଳୟ ଗୁଡିକରେ ଏଭଳି ଘଟଣା ନଘଟିବ ସେନେଇ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଛାତ୍ର ସଂଘ ଦାବି ରଖିଛି।

ଏହି ପ୍ରତିବାଦ ସଭାରେ ନୟାଗଡ ଜିଲ୍ଲା ବିଜୁ ଯୁବ ଜନତା ଦଳ ସାଧାରଣ ସମ୍ପାଦକ ସ୍ବର୍ଣ୍ଣ ପ୍ରକାଶ ରାଉତରାୟ,ବିଜୁ ଛାତ୍ର ଜନତା ଦଳର ଓ ଓଡିଶା ବିପିୟୁଟି ଛାତ୍ର ସଂଘର ବରିଷ୍ଠ ଛାତ୍ର ନେତା ସୁଧାଂଶୁ ଶେଖର ପ୍ରଧାନ,ଛାତ୍ର ନେତା କୃଷ୍ଣ ଗୋପାଳ ବାଚସ୍ପତି ,ଓଡିଶା ବି.ପି.ୟୁ.ଟି. ଛାତ୍ର ସଂଘର ଭୁବନେଶ୍ବର ଜୋନର ସଭାପତି ସୁଧାଂଶୁ ଶେଖର ଆଚାର୍ଯ୍ୟ,ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ରିପୋର୍ଟ – ସୋନାଲି

Exit mobile version