ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର 10.1.2020 :- ଭୁବନେଶ୍ୱରର ତିଦ୍ଧତୀୟ ଔଷଧୀୟ କ୍ଲିନିକର ବହିର୍ବିଭାଗଠାରେ ଚଳିତ ଜାନୁଆରୀ ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ସକାଳ ୧୦ ଟାରୁ ଅପରାନ୍ହ ୫ଟା ପର୍ଯ୍ୟନ୍ତ ନିଶୁକ୍ଳ ସ୍ୱାସ୍ଥ୍ୟ ପରାମର୍ଶ ଶିବିର ଅନୁଷ୍ଠିତ ହେବ । ମହାମହିମ ଦଲାଇଲାମାଙ୍କର ବ୍ୟକ୍ତିଗତ ଚିକିତ୍ସକ ଡା. ସେଓ୍ୱାଙ୍ଗ ତାମଦନ୍ ଏଠାରେ ଉପସ୍ଥିତ ରହି ଚିକିତ୍ସା ପରାମର୍ଶ ଦେବେ । ଏ ସଂପର୍କରେ ଏକ ସାମ୍ଵାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ୟୁନିଟ୍-୧ସ୍ଥିତ ସରକାରୀ କ୍ୱାଟର VC1/2 ପରିସରରେ (ଚୌଧୁରୀ ମାର୍କେଟ୍ ସାମ୍ନା)ରେ ଏହି ଶିବିର ଅନୁଷ୍ଠିତ ହେବ । ଏଠାରେ ସ୍ଥାନୀୟ ଚିକିତ୍ସାଳୟର ଡା. ରିଗ୍ଜିନ୍ ମେନ୍ଲା ମଧ୍ୟ ରୋଗୀ ଚିକିତ୍ସା କରିବେ ଓ ତିଦ୍ଧତୀୟ ଜ୍ୟୋତିର୍ବିଜ୍ଞାନୀ ତେନ୍ଜୀନ୍ ୟାନ୍ଙ୍କି ମଧ୍ୟ ଜ୍ୟୋତିର୍ବିଜ୍ଞାନ ସଂପର୍କରେ ପରାମର୍ଶ ଦେବେ । ଏଠାରେ ପରମ ପୂଜନୀୟ ଦଲାଇଲାମାଙ୍କ ଦ୍ୱାରା ଲିଖିତ ବିଭିନ୍ନ ପୁସ୍ତକ, ତିଦ୍ଧତୀୟ ଔଷଧ ଓ ଆୟୁର୍ବେଦ ସାମଗ୍ରୀ ବିକ୍ରୟ ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ସୂଚନା ଓ ଲୋକ ସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବରଦା ପ୍ରସନ୍ନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
୩ ଦିନ ଧରିରି ଅନୁଷ୍ଠିତ ହେବ ନିଶୁକ୍ଳ ତିଦ୍ଧତୀୟ ଚିକିତ୍ସା ଶିବିର

Related Content
ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ : ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ
by
Proprietor Abhimanyu Maharana
October 25, 2026
ଆଗାମୀ ବାତ୍ୟାକୁ ନେଇ ସରକାରଙ୍କ ତତ୍ପରତା : ସମସ୍ତ କର୍ମଚାରୀ ଙ୍କ ଛୁଟି ବାତିଲ ସହ ମୁକାବିଲା ପାଇଁ ନିର୍ଦେଶ
by
Proprietor Abhimanyu Maharana
October 25, 2026
କାର୍ତ୍ତିକ ମାସରେ ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରସାଦ ବ୍ୟବସ୍ଥା
by
Proprietor Abhimanyu Maharana
October 25, 2026
ଭକ୍ତିମୟ ପଟୁଆରରେ ମା’ ଦୁର୍ଗାଙ୍କୁ ବିଦାୟ : ଶତାଧିକ ଭକ୍ତଙ୍କ ସମାଗମରେ ମା’ଙ୍କ ଭସାଣି
by
Proprietor Abhimanyu Maharana
October 25, 2026
ସମଗ୍ର କନ୍ଧମାଳ ଜିଲ୍ଲାରେ ୨୪ ତାରିଖ ଶନିବାର ୪ ଘଣ୍ଟା ବିଦ୍ୟୁତ୍ ସରବରାହ ବନ୍ଦ
by
Proprietor Abhimanyu Maharana
October 25, 2026
ବାଲିଗୁଡା ଉପଜିଲ୍ଲାପାଳଙ୍କୁ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅତିରିକ୍ତ ଦାୟିତ୍ୱ : ବିଭାଗୀୟ ବିଜ୍ଞପ୍ତି ଜାରି
by
Proprietor Abhimanyu Maharana
October 25, 2026