ମାନ୍ୟବର ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନୁନଥିବା ବିଏମ୍‌ସି କମିଶନରଙ୍କୁ ଗିରଫ କରାଯାଉ ନବୀନ ନିବାସ ଓ ବିଏମ୍‌ସି ଅଫିସ୍ ଘେରାଉ କରିବାକୁ ଚେତାବନୀ – ଭୁବନେଶ୍ୱର

ଓଡ଼ିଶା ତାଜା ନ୍ୟୁଜ (୧୫ ଅକ୍ଟୋବର ଗୁରୁବାର ) ଭୁବନେଶ୍ୱର :- ମାନ୍ୟବର ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନୁନଥିବା ବିଏମ୍‌ସି କମିଶନରଙ୍କୁ ଗିରଫ କରାଯାଉ ନବୀନ ନିବାସ ଓ ବିଏମ୍‌ସି ଅଫିସ୍ ଘେରାଉ କରିବାକୁ ଚେତାବନୀ ଭୁବନେଶ୍ୱର, ୧୫.୧୦ : ଭୁବନେଶ୍ୱର ମହାନଗର ନିଗମର କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ଦାଦାଗିରି ଏତେମାତ୍ରାରେ ବଢିଗଲାଣି ଯେ ରାଜଧାନୀବାସୀ ଅତିଷ୍ଟ ହୋଇପଡ଼ିଲେଣି । ପ୍ରେମଚାନ୍ଦ ଚୌଧୁରୀ ମାନ୍ୟବର ସୁପ୍ରିମକୋର୍ଟ, ହାଇକୋର୍ଟ ଓ ସମ୍ବିଧାନକୁ ମଧ୍ୟ ମାନୁନାହାଁନ୍ତି ।

ଷ୍ଟ୍ରିଟ୍ ଭେଣ୍ଡର୍ସ ପ୍ରୋଟେକ୍ସନ ଅଫ୍ ଲାଇଭହୁଡ୍ ଆଇନ୍‌କୁ ବେଖାତିର କରି ଉଠାଦୋକାନୀମାନଙ୍କୁ ଜୋରଜବରଦସ୍ତ ତାଙ୍କ କର୍ମଚାରୀଙ୍କୁ ଲଗାଇ ସମ୍ବିଧାନର ଧାରା ୧୯(୧)ଛ କୁ ନ ମାନିବା, ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ଯଥା ଡବ୍ଲୁପିସି ନଂ-୪୬୬୫/୨୦୨୦କୁ ବେଖାତିର କରି ବହୁତ ବଡ଼ ଭୁଲ୍ କରିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ରହିଛି ଯେ, ବିଏମ୍‌ସି ଏକ କମିଟି କରି ରାଜମହଲ ଛକରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ପର୍ଯ୍ୟନ୍ତ ଉଠାଦୋକାନୀମାନଙ୍କୁ ଡ଼ାକି ତାଙ୍କ ସହିତ ଆଲୋଚନା କରି ସେମାନଙ୍କୁ ଥଇଥାନ କରିବା ପାଇଁ । କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ, ତାହା ନକରି ଉଠାଦୋକାନୀ ମାନଙ୍କୁ ବଳପୂର୍ବକ ଉଚ୍ଛେଦ କରିବା ଏକ ଦୁଃଖଦାୟକ ଘଟଣା । ଏତଦ୍‌ବ୍ୟତୀତ ଡ଼ବ୍ଲୁପିସି ନଂ-୮୯୫୭/୨୦୨୦କୁ ମଧ୍ୟ ଅମାନ୍ୟ କରି ପାଖାପାଖି ୧୦୦ ପରିବାରଙ୍କୁ ମହାମାରୀ କୋଭିଡ଼-୧୯ ସମୟରେ ରାଜରାସ୍ତାରେ ଛିଡ଼ା କରାଇଛନ୍ତି ।

ଉଚ୍ଛେଦ ସମୟରେ ଦୋକାନୀମାନେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଦେଖାଇଥିଲେ ମଧ୍ୟ ବିଏମ୍‌ସିର ଆଇନ୍ ଖିଲାପକାରୀ କର୍ମଚାରୀମାନେ ଏହାକୁ ଅଣଦେଖା କରି ଦୋକାନଗୁଡ଼ିକୁ ଜବରଦସ୍ତ ଉଚ୍ଛେଦ କରିଚାଲିଥିଲେ ଯାହାକି ଏହା କ୍ରିମିନାଲ ଅଫେନ୍ସରେ ବିଏମ୍‌ସି କମିଶନର ଏବଂ ତାଙ୍କ କର୍ମଚାରୀମାନଙ୍କୁ ଗିରଫ କରାଯିବା ଉଚିତ୍ । ଏତଦ୍‌ବ୍ୟତୀତ ବିଏମ୍‌ସି ପତ୍ରସଂଖ୍ୟା ୨୮୪ ତା ୧୩.୩.୨୦୨୦ରିଖ କମିଶନର ଦୋକାନୀମାନଙ୍କୁ ଆଲୋଚନା ପାଇଁ ଡ଼ାକିଥିଲେ ମଧ୍ୟ କୋଭିଡ୍‌ର ଆଳ ଦେଖାଇ ତାହାକୁ ବନ୍ଦ କରିଥିଲେ ।

ଏଥିରୁ ବୁଝା ପଡ଼ୁଛି ଯେ, ସତେ ଯେମିତି ବିଏମ୍‌ସି କମିଶନର, କର୍ମଚାରୀ, ବିଡ଼ିଏ ଓ ସ୍ମାର୍ଟସିଟିର କର୍ମଚାରମାନେ ଆଇନ୍‌କୁ ଏକ ସଖି କଣ୍ଢେଇ ବୋଲି ଧରି ନେଇଛନ୍ତି, ଯେପରିକି ଏମାନେ ଯାହା କଲେ ବି ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ । ଯଦି ରାଜ୍ୟ ସରକାର ଓ ଭୁବନେଶ୍ୱର ମହାନଗର ନିଗମ ଉଚ୍ଛେଦ ହୋଇଥିବା ଉଠାଦୋକାନୀମାନଙ୍କୁ ଆଇନ୍ ଅନୁସାରେ ତୁରନ୍ତ ଥଇଥାନ ନକରନ୍ତି, ତେବେ ବାଧ୍ୟ ହୋଇ ନ୍ୟାସନାଲ ହକର୍ସ ଫେଡ଼େରେସନ ତରଫରୁ ହଜାର ହଜାର ଉଠାଦୋକାନୀ ବିଏମ୍‌ସି କାର୍ଯ୍ୟାଳୟ ଓ ନବୀନ ନିବାସ ଘେରାଉ କରିବେ ବୋଲି ରାଜ୍ୟ ସମ୍ପାଦକ ପ୍ରତାପ କୁମାର ସାହୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

Exit mobile version