ହାଇକୋର୍ଟ ନିର୍ଦ୍ଦେଶ ଓ ଶିକ୍ଷା ଅଧିକାର ଆଇନ ର ଉଲଙ୍ଘନ ପ୍ରତିବାଦରେ ଧାରଣା

ଓଡ଼ିଶା ତାଜା ନ୍ୟୁଜ୍ (୧୫ ଅକ୍ଟୋବର ଗୁରୁବାର )  ବରଗଡ଼ :- ବରଗଡ଼ :- ଶିକ୍ଷା ଅଧିକାର ଆଇନ ଓ ଓଡ଼ିଶା ହାଇକୋର୍ଟ ଙ୍କ ନିର୍ଦ୍ଦେଶକୁ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ମାନେ ଅବମାନନା କରିବା ପ୍ରତିବାଦରେ ଆଜି ଓଡିଶା ଅଭିଭାବକ ସଂଘ , ବରଗଡ଼ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ରାଜ୍ୟ ସରକାର ଯେପରି ବିଶ୍ବବିଦ୍ୟାଳୟ ଅଧ୍ୟାଦେଶ ଆଣିଛନ୍ତି, ସେପରି ଘରୋଇ ସ୍କୁଲ ପାଇଁ ଫି ରେଗୁଲେସନ କମିଟି ରିପୋର୍ଟ ନେଇ ଅଧ୍ୟାଦେଶ ଜାରି କରିବାକୁ ଦାବି କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ କୋରୋନା ମହାମାରୀ ଯୋଗୁଁ ଅଭିଭାବକ ମାନେ ଆର୍ଥିକ ସ°କଟରେ ଥିବା ବେଳେ ବେ ସରକାରୀ ସ୍କୁଲ ଗୁଡିକରେ ସିବିଏସଇ ନବମ ଏବଂ ଏକାଦଶ ଶ୍ରେଣୀ ର ଛାତ୍ର ଛାତ୍ରୀଙ୍କ ନାମ ପଞ୍ଜିକରଣ ଅଥବା ଦଶମ ଓ ଦ୍ୱାଦଶ ଶ୍ରେଣୀ ର ଫର୍ମ ପୂରଣ ଅଳରେ ଯୋର ଜବର ଦସ୍ତ ଫି ଆଦାୟ କରାଯାଉଥିବା ଅଭିଯୋଗ କରିଥିଲେ ।

ସେହିପରି ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଦେଶରେ ଆପୋଷ ଆଲୋଚନା ହୋଇଥିଲା । ଏହାର ରିପୋର୍ଟ ମଧ୍ୟ କୋର୍ଟ ରେ ଦାଖଲ ହୋଇଛି । କୋର୍ଟର ରାୟ ଏ ପର୍ଯ୍ୟନ୍ତ ଆସିନାହିଁ । ମାନ୍ୟବର ହାଇକୋର୍ଟ ସମସ୍ତ ଙ୍କୁ ବିନା କାରଣରେ ଅନ୍ ଲାଇନ୍ କ୍ଲାସରୁ ବଞ୍ଚିତ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆନ୍ତରିଣ ଆଦେଶ କୁ ମଧ୍ୟ ଅନେକ ବେ ସରକାରୀ ସ୍କୁଲ ମାନୁ ନଥିବା ଅଭିଯୋଗ କରିଥିଲେ । ଗତ ଦିନରେ ଗଣ ଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋରୋନା ମହାମାରୀ ସମୟରେ ବି ଆଦାୟ ସମ୍ପର୍କିତ ହୋଇଥିବା ଆପୋଷ ବୁଝାମଣା କୁ ରାଜ୍ୟ ସରକାର ସ୍ବତନ୍ତ୍ର ଅଧ୍ୟାଦେଶ ବଳର କାର୍ଯ୍ୟକାରୀ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version