ଅମ୍ବାଭୋନା ବ୍ଳକ ର ବନ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କୁ ଶତ ପ୍ରତିଶତ କ୍ଷତିପୂରଣ ଦାବି ରେ କୋଶଲ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଓଡ଼ିଶା ତାଜା ନ୍ୟୁଜ୍ (୧୫ ଅକ୍ଟୋବର ଗୁରୁବାର )  ବରଗଡ଼ :- ବରଗଡ଼ ଜିଲ୍ଲା ଆମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି, ଅନ୍ତରାଡି, ଘୁଘୁରାପାଲି, ବେନିଆପାଲି , ବଡ଼ମାଳ ଗ୍ରାମ ଗତ ବନ୍ୟାରେ ବ୍ୟାପକ କ୍ଷତି ହୋଇଥିଲେ ମଧ୍ୟ ଉକ୍ତ ପରିବାରଙ୍କୁ ଉଚିତ୍ କ୍ଷତିପୂରଣ ମିଳୁନାହିଁ । ଯାହା ମିଳୁଛି ତାହା ଆଖି ଦୃଶିଆ ନୁହଁ । ଏହା କେବଳ ସରକାରୀ ସାହାଯ୍ୟ ର ଲେଖା ଯୋଗା ଅଟେ । ଏହି ଗ୍ରାମ ଗୁଡ଼ିକ ପ୍ରତି ୫/୬ ବର୍ଷ ମଧ୍ୟ ରେ ବନ୍ୟା

ରେ ପ୍ରଭାବିତ ହୋଇ କ୍ଷତିଗ୍ରସ୍ତ ହୋଇଥାନ୍ତି । ତେବେ ଏମାନଙ୍କୁ ଏଥର ଶତ ପ୍ରତିଶତ କ୍ଷତିପୂରଣ ଦେବା କୁ ସେନା ପକ୍ଷରୁ ଦାବି କରାଯାଇଥିଲା । ଏ ସ°କ୍ରାନ୍ତରେ ଏକ ଦାବି ପତ୍ର ଜିଲ୍ଲାପାଳ ଙ୍କ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ଭାରତର ପ୍ରଧାନମନ୍ତ୍ରୀ ଙ୍କୁ ପ୍ରଦାନ କରିଥିଲେ । କୋଏଲ ସେନା ପକ୍ଷରୁ ସୁଶାନ୍ତ ମିଶ୍ର, ବୀରବଲ ମହାକୁଡ ବିକ୍ଷୋଭ କାରିଙ୍କ ନେତୃତ୍ୱ ନେଇଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version