ସମାଜସେବୀ କଷ୍ଟି ହଂସଙ୍କ ବିୟୋଗରେ ଯାଦବ ସମିତି ପକ୍ଷରୁ ଶୋକସଭା

ଓଡ଼ିଶା ତାଜା ନ୍ୟୁଜ (୧୫ ଅକ୍ଟୋବର ଗୁରୁବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ ଯାଦବ ସମିତି ପକ୍ଷରୁ ବରିଷ୍ଠ ସମାଜସେବୀ ତଥା ବିଶିଷ୍ଟ ଯାଦବ ବ୍ୟକ୍ତିତ୍ବ କଷ୍ଟି ହଂସଙ୍କ ବିୟୋଗରେ ଏକ ଶୋକସଭା ପାଳନ କରାଯାଇଛି । ତାଙ୍କ ଗୁମାବାହାଲ ସ୍ଥିତ ବାସଭବନରେ ବ୍ଲକ ଯାଦବ ସମିତି ସଭାପତି କୃଷ୍ଣ ସିଂ ଲହଜଲ, କଳମପୁର ଯାଦବ କର୍ମଚାରୀ ସଂଘର ସମ୍ପାଦକ ରାଜେନ୍ଦ୍ର ରାଉତ, କୋଷାଧ୍ୟକ୍ଷ କ୍ଷେତ୍ରମୋହନ ବାଗ,ହାତୀରାମ ହଂସ, ସୀତା ହଂସ, ରାଜେନ୍ଦ୍ର ହଂସ, ଚୈତନ୍ୟ ହଂସ ପ୍ରମୁଖ ଉପସ୍ଥିତ

ରହି ସମାଜସେବୀ ସ୍ଵର୍ଗତ କଷ୍ଟି ହଂସଙ୍କ ସ୍ମୃତି ଚାରଣ କରିଥିଲେ । ଜଣେ ବରିଷ୍ଠ ସମାଜସେବୀ, ପରୋପକାରୀ,ମେଳାପୀ ଓ ଧର୍ମପରାୟଣ ବ୍ୟକ୍ତି ଭାବରେ ସ୍ଵର୍ଗତ ହଂସ ଜଣାଶୁଣା ଥିଲେ । କଳମପୁର ବ୍ଲକ ଯାଦବ ଭବନ ପାଇଁ ଗୁମାବାହାଲ ଠାରେ ସେ ଭୂମିଦାନ କରିଥିଲେ । ଶୋକସଭାରେ ଉପସ୍ଥିତ ବ୍ୟକ୍ତିବିଶେଷ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିଥିଲେ । (ରିପୋର୍ଟ – ପ୍ରଦୀପ କୁମାର ଗଉଡ)

Exit mobile version