ବିଶ୍ଵ ହାତଧୁଆ ଦିବସ ଉପଲକ୍ଷେ ; ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତରେ ବୁଲିଲା ରଥ

ଓଡ଼ିଶା ତାଜା ନ୍ୟୁଜ୍ (୧୫ ଅକ୍ଟୋବର ଗୁରୁବାର ) କୁରାଳ :- ପ୍ରତିବର୍ଷ ୧୫ ଅକ୍ଟୋବର ରେ ବିଶ୍ଵ ହାତଧୁଆ ଦିବସ ପାଳନ କରାଯାଏ । ଏହାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ହାତର ସ୍ବଚ୍ଛତା ବିଷୟରେ ଅବଗତ କରାଇବା । ବିଶ୍ଵ ହାତଧୁଆ ଦିବସ ଉପଲକ୍ଷେ ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ପଞ୍ଚାୟତର ସ୍ବାସ୍ଥ୍ୟକେନ୍ଦ୍ର ଠାରେ ହାତଧୁଆ ଦିବସ ପାଳିତ ହୋଇଛି । କୁରାଳ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଝିଲ୍ଲୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗ୍ରାମର ଜନସାଧାରଣଙ୍କୁ ହାତଧୁଆ ସମ୍ପର୍କରେ ସଚେତନତା କରିବା ସହିତ ସଚେତନତା ରଥକୁ ଗାଁରେ ପରିଭ୍ରମଣ କରାଯାଇଥିଲା,

ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତରେ ବୁଲିଲା ରଥ

ଉକ୍ତ କାର୍ଯ୍ୟକ୍ରମରେ କୁରାଳ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜ୍ଞାନଜ୍ୟୋତି ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଏବଂ କୁରାଳ ସ୍ବାସ୍ଥ୍ୟ କର୍ମୀ ସଂଧ୍ୟାରାଣୀ ସାମଲ ଯୋଗଦେଇ ହାତ ଧୁଆ ପାଇଁ ସଚେତନତା ସୃଷ୍ଟି କରିଥିବାବେଳେ ଏଇ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠିର ମହିଳା,ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ ଯୋଗଦେଇଥିଲେ । (ରିପୋର୍ଟ :- ଓଡ଼ଗାଁ / କୁରାଳରୁ – ଅଶ୍ଵିନୀ କୁମାର ସାହୁ)

Exit mobile version