ଓଡ଼ିଶା ତାଜା ନ୍ୟୁଜ (୧୫ ଅକ୍ଟୋବର ଗୁରୁବାର ) ଛତ୍ରପୁର :- ରାୟପୁର ଚେରିଖେଡି ନିକଟରେ ବସ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଛତ୍ରପୁର ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଶ୍ରମିକ ସମୀର ମହାଙ୍କୁଡ ପରିବାର ବର୍ଗ ଙ୍କୁ ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରଥିିବା ୨ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି ପ୍ରଦାନ କରାଯାଇଛି । ବୁଧବାର ଛତ୍ରପୁର ତହସିଲ କାର୍ଯ୍ୟାଳୟରେ ତହସିଲଦାର ନୀଳମାଧବ ଭୋଇ ମୃତ ସମୀର ମହାଙ୍କୁଡ ଙ୍କ ପରିବାର ବର୍ଗଙ୍କୁ ୨ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ରାଶି ର ଏକ ଚେକ ପ୍ରଦାନ କରିଛନ୍ତି । ଏହି ଚେକ୍ ପ୍ରଦାନ ବେଳେ ମୃତ ସମୀରଙ୍କ ବାପା ରାଜୁ ମହାଙ୍କୁଡ, ମାଆ ମୋଚିଆଣି ମହାଙ୍କୁଡ , ଅବିବାହିତ ବଡ ଭଉଣୀ ଲକ୍ଷ୍ମୀ ଓ ସାନ ଭଉଣୀ ତୁଳସୀ , ସୁନ୍ଦରପୁର ସରପଞ୍ଚ ସସ୍ମିତା ମହାଙ୍କୁଡ, ସମିତି ସଭ୍ୟା ସୁକାନ୍ତି ବେହେରା, ପୂର୍ବତନ ସରପଞ୍ଚ ସୋମନାଥ ବେହେରା, ପୂର୍ବତନ ନାଏବ ସରପଞ୍ଚ ଯୁଧିଷ୍ଠିର ମହାଙ୍କୁଡ , ପୂର୍ବତନ ସମିତି ସଭ୍ୟ ଗଗନ ବେହେରା ଓ ଯୁବ ବିଜେଡି ନେତା କାଳିଆ ନାହାକଙ୍କ ସମେତ ତହସିଲ କାର୍ଯ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ଥିଲେ । (ରିପୋର୍ଟ : ଶେଷଦେବ ସାହୁ)
ବସ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶ୍ରମିକଙ୍କ ପରିବାରଙ୍କୁ ୨ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ

- Categories: Uncategorized, ଓଡ଼ିଶା, ହୋମ୍
Related Content
କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ
by
Proprietor Abhimanyu Maharana
September 26, 2026
ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ
by
Proprietor Abhimanyu Maharana
September 26, 2026
ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି
by
Proprietor Abhimanyu Maharana
September 26, 2026
ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା
by
Proprietor Abhimanyu Maharana
September 26, 2026
ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ
by
Proprietor Abhimanyu Maharana
September 26, 2026
ବାତ୍ଯା ପବନ ଯୋଗୁ ବଡଦାଣ୍ଡରେ ପଡୁଛି ବ୍ଯାରିକେଡ
by
Proprietor Abhimanyu Maharana
September 26, 2026