ଗହଣା ବ୍ୟବସାୟୀଙ୍କ ଘରୁ ଅଢେ଼ଇ କୋଟି ଟଙ୍କାର ସୁନା ଅଳଙ୍କାର ଡକାୟତି

ଓଡ଼ିଶା ତାଜା ନ୍ୟୁଜ (୧୫ ଅକ୍ଟୋବର ଗୁରୁବାର )  ବ୍ରହ୍ମପୁର :-  ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହରରେ କିଛି ଦିନ ର ନିରବତାପରେ ଲୁଟେରା ଗ୍ୟାଙ୍ଗ ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି । ସ୍ଥାନୀୟ ସହର ଚାଙ୍ଗୁଡିପଦର ସାହିବାସିନ୍ଦା ଜଣେ ଗହଣା ବ୍ୟବସାୟୀଙ୍କ ଘରେ ବିଳମ୍ବିତ ରାତ୍ରରେ (ପ୍ରାୟ୨ଟାରେ)ଦୁର୍ବୃତ ମାନେ ଅଢେ଼ଇ କୋଟି ଟଙ୍କାରସୁନା ଅଳଙ୍କାର ଓ ଦେଢ ଲକ୍ଷ ଟଙ୍କା ରଦୁଇଟି ମୋବାଇଲ ଲୁଟି ନେଇଛନ୍ତି। ପୁରୁଷୋତ୍ତମପୁର ଥାନା ଡକାୟତି ହୋଇଥିବା ବ୍ୟବସାୟୀଙ୍କ ଘରର ଅତି ନିକଟରେ ହୋଇ ଥିଲେ ମଧ୍ୟ ଲୁଟେରା ମାନେ ତାଙ୍କ ଯୋଜନାକୁ ସଫଳ ରୂପାୟନ କରିଛନ୍ତି । ଲୁଟେରା ମାନେ ପ୍ରମାଣ ନଷ୍ଟ କରିବା ଲାଗି ସିସି କ୍ୟାମେରା ଭାଙ୍ଗି ଦେବା ଓ ହାର୍ଡ ଡିସ୍କକୁ ନେଇଯାଇଛନ୍ତି । ବ୍ୟବସାୟୀ ସୁରେନ୍ଦ୍ର ନାୟକ ଓ ତାଙ୍କ ପୁତ୍ର ସାଇଶଙ୍କରଙ୍କ ସୂଚନା ଅନୁସାରେ, ବିଳମ୍ବିତ ରାତ୍ରରେ ପ୍ରାୟ୨ଟାରୁ୩ଟା ମଧ୍ୟରେ ଲୁଟେରା ମାନେ ପ୍ରଥମେ ଘରର ଛାତକୁ ସଂଯୋଗ କରୁଥିବା ଗ୍ରିଲକୁ କାଟି ପଶିଥିଲେ । ଏହା ପରେ ସିସି କ୍ୟାମେରାକୁ ଭାଙ୍ଗି ଦେଇଥିଲେ ।

ଦ୍ବିତୀୟ ମହଲାର ସମସ୍ତ ବେଡରୁମକୁ ବାହାରପଟୁ ବନ୍ଦ କରି ପ୍ରଥମ ମହଲାର ବେଡରୁମକୁ ଯାଇଥିଲେ । ଯେଉଁଠି ତାଙ୍କ ପୁତ୍ର ସାଇଶଙ୍କର ଶୋଇ ଥିଲେ । ତାଙ୍କୁ କିଛି ରାସାୟନିକ ପଦାର୍ଥ ଶୁଙ୍ଘାଇ ଅଚେତ କରି କେବଳ ଗୋଟିଏ ଆଲାମିରା ଭାଙ୍ଗି ବିକ୍ରି ପାଇଁ ରଖା ଯାଇଥିବା ୫କେଜି ୫୦୦ଗ୍ରାମ ସୁନା ଅଳଙ୍କାର ଓ ଦେଢ ଲକ୍ଷ ଟଙ୍କା ର ଦୁଇଟି ମୋବାଇଲ ନେଇ ଯାଇଥିଲେ ।ସୁରେନ୍ଦ୍ର ସ୍ଥାନୀୟ ଥାନାରେ ଲିଖିତ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ପୁରୁଷୋତ୍ତମପୁର ପୋଲିସ ଓ ଛତ୍ରପୁର ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଥିଲେ । ଅତି ଶୀଘ୍ର ଆସାମି ଧରାପଡିବବୋଲି ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି (ରିପୋର୍ଟ: ଶେଷଦେବ ସାହୁ)

Exit mobile version