ଅନେକ ବ୍ୟକ୍ତିତ୍ୱର ଅଧିକାରୀ ତଥା ଶିକ୍ଷକ ନେତା ଅନ୍ତର୍ଯ୍ୟାମୀ ବିଶ୍ୱାଳଙ୍କ ପରଲୋକ ; ବିଧାୟିକା ଲତିକା ପ୍ରଧାନଙ୍କ ଶୋକ ପ୍ରକାଶ

ଓଡ଼ିଶା ତାଜା ନ୍ୟୁଜ (୧୪ ଅକ୍ଟୋବର ବୁଧବାର ) ବେଗୁନିଆପଡା :- ସମ୍ବାଦ ସାହିତ୍ୟଘରର ପୁର୍ବତନ ସଭାପତି, ପୁର୍ବତନ ଶିକ୍ଷକ ନେତା, ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ପୁର୍ବତନ ସହ ସମ୍ପାଦକ, ଖଲ୍ଲିକୋଟ ବିରୁଳି ଓ ବାଣପୁର ତାଲୁକା ବାଣାୟତ ଓଡ଼ିଆ ସମାଜର ସଭାପତି ତଥା ବିଭିନ୍ନ ସାମାଜିକ ସାଂସ୍କୃତିକ ସଂଗଠନର ସଦସ୍ୟ ଶ୍ରୀ ଅନ୍ତର୍ଯ୍ୟାମୀ ବିଶ୍ୱାଳଙ୍କର ୬୮ ବର୍ଷ ବୟସରେ ଆଜି ସକାଳ ୯ଘଣ୍ଟା ୪୫ମି ସମୟରେ ଏହି ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଂଚାୟତର ଭାଲିଆଝର ସ୍ଥିତ ନିଜସ୍ୱ ବାସ ଭବନରେ ହୃଦଘାତରେ ପରଲୋକ ଘଟିଛି l ସେ ଆଜି ସକାଳୁ ଜଳଖିଆ ଖାଇ ମନ୍ଦିର ପୂଜକଙ୍କ ସହ କଥା ହେବା ସମୟରେ ହୃଦଘାତ ହୋଇଥିଲା ଓ ସେ ସେଠାରେ ବସିଥିବା ଅବସ୍ଥାରେ ଟଳି ପଡ଼ିଥିଲେ l ଅନେକ ଯୁବନେତୃତ୍ୱ ତିଆରି କରିବାରେ ସିଦ୍ଧହସ୍ତ ଥିବା ଶ୍ରୀଯୁକ୍ତ ବିଶ୍ୱାଳ ଙ୍କ ଶେଷ ଦର୍ଶନ ପାଇଁ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ର, ବରିଷ୍ଠ ଆଇନଜୀବୀ ଚକ୍ରପାଣି ସ୍ୱାଇଁ, ଉଦୟନାଥ ବାରିକ, ବ୍ଲକ ଶିକ୍ଷକ ସଂଘ ସମ୍ପାଦକ ଜୟଦେବ ଜେନା, ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି, ପୁର୍ବତନ ବ୍ଲକ କଂଗ୍ରେସ ସଭାପତି ବୁଲା ଜେନା, ଖଲ୍ଲିକୋଟ ବ୍ଲକ ପୁର୍ବତନ ଅଧକ୍ଷ ରାମ ମୋହନ ପଣ୍ଡା, ବିଜେଡି ବ୍ଲକ ସଭାପତି ବିଜୟ

କୁମାର ଦୋରା, ପୁର୍ବତନ ବ୍ଲକ ଅଧକ୍ଷ ଦେବରାଜ ସାହୁ, ପ୍ରକାଶ ଚନ୍ଦ୍ର ପାଣ୍ଡି, ବସନ୍ତ କୁମାର ବାରିକ, ସନ୍ତୋଷ କୁମାର ସାହୁ, ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳ, ଶରତ ଚନ୍ଦ୍ର ପାଣ୍ଡି, ସୁରେନ୍ଦ୍ର ନାଥ ତିଆଡ଼ି, ମହେନ୍ଦ୍ର ଗୌଡ଼, ରାଜ୍ୟ ପାଣି ପଂଚାୟତ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ବାଣାୟତ ସମାଜ ତାଳୁକା ସମ୍ପାଦକ ସୁରେନ୍ଦ୍ର ନାଥ ପ୍ରଧାନ, ସୁରେଶ ଦାଶ, ଧ୍ରୁବ ସାସମଲ, ସମ୍ବାଦ ସାହିତ୍ୟ ଘର ସମ୍ପାଦକ ରବୀନ୍ଦ୍ର ନାଥ ମହାରଣା, ବ୍ଲକ ଶିକ୍ଷକ ସଂଘ ସଭାପତି ନାରାୟଣ ଭୂୟାଁ, ରବି ନାରାୟଣ ଶତପଥୀ, ସୁଧାକର ପରିଡା, ରାଜ୍ୟ ଶିକ୍ଷକ ସଂଘ ପୁର୍ବତନ ସମ୍ପାଦକ ଦେବେନ୍ଦ୍ର କୁମାର ମହାରଣାଙ୍କ ସମେତ ବହୁ ଲୋକ ଆସି ତାଙ୍କ ଶେଷ ଦର୍ଶନ କରିଥିଲେ l ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ, ତିନି ପୁଅ ଅନିଲ ବିଶ୍ୱାଳ, ସୁନୀଲ ବିଶ୍ୱାଳ,ସୁଶୀଲ ବିଶ୍ୱାଳ, ଛଅ ନାତି ନାତୁଣୀଙ୍କ ସମେତ ସମସ୍ତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ l କବିସୂର୍ଯ୍ୟନଗର ନଗର ବିଧାୟିକା ଲତିକା ପ୍ରଧାନ ଶ୍ରୀଯୁକ୍ତ ବିଶ୍ୱାଳଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ଏହି ଅଂଚଳ ଜଣେ ଭଲ ଶିକ୍ଷକ ଓ ଭଲ ବ୍ୟକ୍ତିତ୍ୱକୁ ହରାଇଲା ବୋଲି ପ୍ରକାଶ କରିଛନ୍ତି l ତାଙ୍କ ମୃତ୍ୟୁରେ ବେଗୁନିଆପଡା ସମ୍ବାଦ ସାହିତ୍ୟଘରର ସମସ୍ତ ସଦସ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି l ତାଙ୍କ ମର ଶରୀରକୁ ନିଜ ଗ୍ରାମ ଶ୍ମଶାନରେ ସଂସ୍କାର କରାଯାଇଛି (ରିପୋର୍ଟ: ଶେଷଦେବ ସାହୁ)

Exit mobile version