ତୈଲୋକେଶ୍ୱର ମନ୍ଦିର କମିଟମୁଖ୍ୟ ଦୌପଦୀ ମଲ୍ଲିକଙ୍କ ବିୟୋଗରେ ସ୍ମୃତିଚାରଣ ସଭା

ଓଡ଼ିଶା ତାଜା ନ୍ୟୁଜ (୧୪ ଅକ୍ଟୋବର ବୁଧବାର ) କୋରାଇ :- କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ:- କୋରାଇ ବ୍ଲକ ଅନ୍ତର୍ଗତ କାଚରାସାହି ପଂଚାୟତ ସ୍ଥିତ ତାଳଗଡିଆ ଗ୍ରାମର ଶିକ୍ଷାବିତ ପ୍ରାଣକୃଷ୍ଣ ମଲ୍ଲିଙ୍କ ସହଧର୍ମିଣୀ ତଥା ତ୍ରିକୋଣି ଛକସ୍ଥିତ ତୈଲୋକେଶ୍ୱର ମନ୍ଦିର କମିଟିମୁଖ୍ୟା ଦୌପଦୀ ମଲ୍ଲିକଙ୍କର ୨ତାରିଖ ବିୟୋଗ ଘଟିଥିଲା । ତାଦନୁଯାୟୀ ତାଙ୍କ ଏକଦଶାହ ଅବସରରେ ଗ୍ରାମବାସୀ ଓ ମନ୍ଦିର କମିଟ ପକ୍ଷରୁ ଏକ ‘ସ୍ମ୍‌ୃତିଚାରଣ ସଭା’ କୋରାଇ ମଣ୍ଡଳ ସାହିତ୍ୟ ସଂସଦର ସଂପାଦକ ପଣ୍ଡିତ ଡକ୍ଟର ସୂର୍ଯ୍ୟମଣି ଖୁଂଟିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ବ୍ୟଙ୍ଗକବି ବାଇଧର ମାଝୀଙ୍କ ସଂଚାଳନାରେ ଅତିଥିଭାବେ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାନେତ୍ରୀ ବନ୍ଦିତା ପରିଡା, କୋରାଇ ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭିକାରୀଚରଣ ବରାଳ, ଜିଲାପରିସଦ ସଭ୍ୟ ଧରଣୀଧର ଘଡାଇ, ପୂର୍ବତନ ଜିଲାପରିଷଦ ସଭ୍ୟ ରହେକୃଷ୍ଣ ସାହୁ, ବ୍ୟାସନଗର ପୌରପରିଷଦର ପ୍ରାକ୍ତନ ଉପନଗରପାଳ ପ୍ରମୋଦକୁମାର ପରିଡା, ବରିଷ୍ଠ ବିଜେପି ନେତା ବିଶ୍ୱଜିତ ନାୟକ, ବରିଷ୍ଠ ସାମ୍ବାଦିକ ମହେଶ୍ୱର ବଳ, ସୁବାସ ଧଳ, ବ୍ୟାସନଗର ସଂୟଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶିବଚରଣ ମାଝୀ, ପ୍ରଫେସର କୁଶଚରଣ ପ୍ରଧାନ, ଆଇଏନଟିୟୁସିର ଜିଲାସଭାପତି ବିଦ୍ୟାଧର ମହାନ୍ତି, ଇଂ ଆଲେକଜାଣ୍ଡାର ଦାସ ଯୋଗଦେଇ ସ୍ୱର୍ଗତା ଦୌପଦୀ ଦେବୀ ଜଣେ ପରୋପକରୀ, ଆଧ୍ୟାତ୍ମିକବାଦୀ ଓ ସଂସ୍କୃତିପ୍ରେମି ତଥା ମେଳାପୀ ମଣିଷ ଥିଲେ ବୋଲି ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଂଚ ସସ୍ମିତା ତରାଇ, ମନ୍ଦିର କମିଟିର ବରିଷ୍ଠସଦସ୍ୟ ଜଳଧର ଜେନା, ନିରଞ୍ଜନ ମଲ୍ଲିକ(ଖଇରା), ସୁଶାନ୍ତକୁମାର ମଲ୍ଲିକ, ସୁରେନ୍ଦ୍ର ବେହେରା(କୟାଁ), କୁଳମଣି ବେହେରା, ନରେନ୍ଦ୍ର ମଲ୍ଲିକ, ଚିନ୍ତାମଣି ଖଟୁଆ, ବାବାଜୀଚରଣ ରାଉତ, ମାନରଞ୍ଜନ ବାରିକ, ସନାତନ ପଲେଇ, ମାନସ ମାଝୀ, ଅମୂଲ୍ୟ ଜେନ, ସ୍ମୃତଲିପିର ସଂପାଦକ ଭୁବନମୋହନ ମହାନ୍ତି, ସହିଦ ଭଗତସିଂହର ସଂପାଦକ ହେମନ୍ତକୁମାର ଧୀର, ଉପଦେଷ୍ଟା ନାରାୟଣ ନାୟକ, ସମବାୟବିତ ରାଜେନ୍ଦ୍ରକୁମାର ରାଉତରାୟ, ମାଧବାନନ୍ଦ ବେହେରା,

ପ୍ରଦୀପକୁମାର ଧଳ, ମାନସକୁମାର ଜେନା, ଅକ୍ଷୟକୁମାର ସାମଲ, ଅଧ୍ୟାପକ ଜ୍ୟୋତିପ୍ରକାଶ ରାଉତ, ପ୍ରଫୁଲ୍ଲ ଆଏଚ, ତାରକେଶ୍ୱର ମହାନ୍ତି, ତୁଳତୀର ସରପଂଚ ଦୀପ୍ତିମୟୀ କୁଅଁର, ପୂର୍ବତନ ସମିତିସଭ୍ୟ ଦୁର୍ଯ୍ୟୋଧନ ସେଠୀ, ପ୍ରକାଶକୁମାର କୁଅଁର, ମାର୍କଣ୍ଡ ମିଶ୍ର, ବିକ୍ରମ ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ସଂଗ୍ରାମକେଶରୀ ସିଂହ, ଉଦୟନାଥ ଖଣ୍ଡାଇ, ଚିନ୍ତାମଣି ପାଢି, ରଙ୍ଗବଲ୍ଲଭ ସାହୁ, ଶରତଚନ୍ଦ୍ର ପଥାଳ, ପ୍ରକାଶକୁମାର ରାଉତ, ସୁଜିତ ମଲ୍ଲିକ, ସ୍ନେହାଶିଷ ସାମଲ, ଶ୍ରୀକାନ୍ତ ରାୟ, ବସନ୍ତକୁମାର ମହାନ୍ତି, ଆଶୁତୋଷ ମହାନ୍ତି, ପ୍ରତାପ ବେହେରା, ଅକ୍ଷୟକୁମାର

ଜେନା, ତାରିଣୀକୁମାର ପଟ୍ଟନାୟକ, ଅକ୍ଷୟକୁମାର ପରିଡା, ଶୁଭାଶିଷ ଦାସ, ରଜତକୁମାର ସାହା, ପବିତ୍ରକୁମାର ରାଉତରାୟ, ସନ୍ତୋଷକ୍‌ୁମାର ବେହେରା, ଅକ୍ଷୟକୁମାର ବାରିକ, ପ୍ରଶାନ୍ତକୁମାର ମଲ୍ଲିକ, ସାଇବ ନାୟକ, ଦିଲ୍ଲୀପକୁମାର ସାହୁ, ପ୍ରମୋଦକୁମାର ନାୟକ, ଶିକ୍ଷାବିତ ମନମୋହନ ମହାପାତ୍ର ପ୍ରମୁଖ ବହୁ ସାହିତ୍ୟିକ, ବୁଦ୍ଧିଜୀବୀ, ରାଜନେତା, ପ୍ରଶଂସକ, ମନ୍ଦିର କମିଟି କର୍ମକର୍ତା ଓ ସଦସ୍ୟ, ଗ୍ରାମବାସୀ ଯୋଗଦେଇ ସ୍ମୃତିଚାରଣ କରିଥିଲେ । କରୋନା କଟକଣା ଅନୁଯାୟୀ ଅନୁଷ୍ଠିତ ସଭା ପ୍ରାରମ୍ଭରେ ସ୍ୱର୍ଗତା ଦୌପଦୀ ମଲ୍ଲିକଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ତାଙ୍କ ମଝିଆପୁଅ ଅଧ୍ୟାପକ ମଳୟକୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version