ପବନ ବେଗ ଯୋଗୁଁ ଭାଙ୍ଗି ଯାଇଛି ଧାନ ଗଛ – ପଦ୍ମପୁର

ଓଡ଼ିଶା ତାଜା ନ୍ୟୁଜ (୧୪ ଅକ୍ଟୋବର ବୁଧବାର ) ପଦ୍ମପୁର :- କେତେ ବେଳେ ମରୁଡି , କେତେ ବେଳେ ରୋଗ ପୋକ ତ ଆଉ କେତେ ବେଳେ ଅଦିନିଆ ବର୍ଷା ଦାଉ ସାଜିଛି ଛାଷୀ ମୁଣ୍ତୁରେ । ଏହି ସବୁ ସହି ମଧ୍ୟ ନିଜର ବିଲରେ ଧାନ ଅମଳ କରିଥାଏ ଚାଷୀ । ହେଲେ ନିଜ ଆଖି ଆଗରେ ଫସଲ ନଷ୍ଟ ହେବାର ଦୃଶ୍ୟ ଯେ କେତେ ପିଡା ସେଟା କେବଳ ଚାଷି ହିଁ ବୁଝି ପାରିବା । ବରଗଡ ଜିଲ୍ଲା ଓଡିଶାର ଭାତ ହାଣ୍ତି ହୋଇଥିବା ବେଳେ ପଦ୍ମପୁର ଉପଖଣ୍ତ ଏହାର ଏକ ଅବହେଳିତ ଅଂଶ । ପ୍ରତି ବର୍ଷ ପ୍ରାୟ ଅଞ୍ଚଳରେ ଘ ଚାଷିଙ୍କ ମୁଣ୍ତରେ ଦାଉ ସାଧିଥାଏ ବିଭିନ୍ନ ପ୍ରକାର ସମସ୍ୟା । ଏହାର ଭୌଗଳିକ ସ୍ଥିତି ଯୋଗୁଁ ଏହା ଏକ ମରୁଡି ପ୍ରବଣ ଅଂଚଳ । ହେଲେ ଏ ବର୍ଷ ଭଲ ବର୍ଷା ହୋଇଥିଲା । କ୍ଷେତରେ ଚାଷି ର ପରିଶ୍ରମର ପାଉଣା ବର୍ଷସାରା ର ଶ୍ରମ ଫସଲ ରୁପରେ ଦୋଳି ଖେଳୁଥିଲା । ହେଲେ ଲଘୁଚାପ ଜନିତ ବର୍ଷା ଏବଂ ଅଧିକ ବେଗରେ ପବନ ବହିବା ଯୋଗୁଁ ଧାନ ଗଛ ଗୁଡିକ ଭାଙ୍ଗି ବିଲରେ ପଡି ଯାଇଛି ।

ଆଉ କେତେକ ଯାଗାରେ ଧାନ ଗଜା ହେବାକୁ ବସିଲାଣି ଏହାକୁ ନେଇ ବର୍ତ୍ତମାନ ଚିନ୍ତାରେ ଚାଷୀ । ପଦ୍ମପୁର ଉପଖଣ୍ତ ରାଜବୋଡା ସମ୍ବର ବ୍ଲକ କନସିଂହା, ଚାରପାଲି, ଡୁଙ୍ଗରିପାଲି, ବରିହାପାଲି ଏବଂ ଜମଲା ପଂଚାୟତରେ ଏହି ପରି ଅବସ୍ଥା ଥିବା ବେଳେ ପାଇକମାଲ ଏବଂ ଝାରବନ୍ଧ ବ୍ଲକ ର ବିଭିନ୍ନ ଅଂଚଳରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ପ୍ରତିବର୍ଷ ସବୁ ପ୍ରକାର ସମସ୍ୟାକୁ ସହି ନିଜର ଫସଲ ଅମଳ କରିଥାଏ ଚାଷୀ । ହେଲେ ଏ ବର୍ଷ ଭଲ ଫସଲ ଅମଳର ଆଶା ବାନ୍ଧୀ ଚାଷୀ ମୁହଁରେ ହସ ଫୁଟି ଥିବା ବେଳେ ବର୍ତ୍ତମାନ କିନ୍ତୁ ନିଜ ଫସଲକୁ ମାଟିରେ ମିଶି ଯାଇ ଥିବାର ଦେଖି ଭାଙ୍ଗି ପଡିଛି ଛାଷୀର ଉତ୍ସାହ, ଧାନ ଗଛ ସହ ମାଟି ରେ ମିଶି ଯାଇ ଗଜା ହେବାକୁ ବସିଲାଣି ଚାଷିର ସବୁ ଆଶା ଏବଂ ପରିବାର କୁ ବର୍ଷଟିଏ ବଲ ଭାବରେ ଭରଣ ପୋଷଣ କରିବାର ସ୍ବପ୍ନ। ସରକାର ସାହାୟ୍ଯ ହେଲେ କେମିତି କରିଥିବା ଖର୍ଚ୍ଚ ଏବଂ ଧାର କରଜ ରୁ ମୁକ୍ତ ହେବ ସେଇ ଚିନ୍ତାରେ ଚାଷୀ । ଅନ୍ୟପଟେ ପଦ୍ମପୁର କୃଷି ଅଧିକାରୀ କହିଛନ୍ତି ଫିଲ୍ଡ ସଭେର୍ ହେବ ଏବଂ ଫସଲ ହାନି ରିପୋଟ ଅନୁଯାୟି ଚାଷି ମାନେ ନିଜର କ୍ଷତି ହୋଇ ଥିବା ଫସଲର ବୀମା ପାଇ ପାରିବେ । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version