ପ୍ଲାଜମା ଦେଇ ମାନବିକତାର ପରିଚୟ ଦେଲେ ଅଙ୍ଗାରଗାଁ ର ତିନି ଯୁବକ – ବେଗୁନିଆପଡା

ଓଡ଼ିଶା ତାଜା ନ୍ୟୁଜ (୧୪ ଅକ୍ଟୋବର ବୁଧବାର ) ବେଗୁନିଆପଡା :- ସମ୍ପ୍ରତି ବିଶ୍ୱରେ କୋରନା ମହାମାରୀର ତାଣ୍ଡବ ଲୀଳା ଜାରୀ ରହିଥିବା ବେଳେ ଅନେକ ଲୋକ ମୁର୍ତ୍ୟୁ ମୁଖରେ ପଡୁଛନ୍ତି ।  ଏହି ରୋଗରୁ ମୁକ୍ତି ପାଇବା ପାଇଁ କୌଣସି ମେଡ଼ିସିନ ଏ ପର୍ଯ୍ୟନ୍ତ ବାହାରି ନଥିବା ବେଳେ ପ୍ଲାଜମା ହିଁ ରୋଗୀଙ୍କୁ ବଞ୍ଚାଇବାର ଏକ ମାତ୍ର ବିକଳ୍ପ ।  ଏହି ପରିପ୍ରେକ୍ଷୀରେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ର ତିନି ଜଣ ଯୁବକ ପ୍ଲାଜମା ଦାନ କରି ସମାଜ ପାଇଁ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । 

ଅଙ୍ଗାର ଗାଁ ର ସନ୍ତୋଷ କୁମାର ବେହେରା , ପି.ସିମାଞ୍ଚଳ ପାତ୍ର ଓ ଡ଼ାଈକି ଛକ ର ରବି ବିଶ୍ୱାଳ ପ୍ରମୁଖ ପୂର୍ବରୁ କୋରନା କୁ ମାତ ଦେଇ ସୁସ୍ଥ ହୋଇ ଆସିଥିଲେ ।  ଆଜି ବ୍ରହ୍ମପୁର ସ୍ଥିତ ଏମ କେ ସି ଜି ମେଡିକାଲରେ ପ୍ଲାଜମା ଦାନ କରି ସରକାରୀ ମାନପତ୍ର ସମେତ ପଞ୍ଚାୟତ ବାସୀ ତଥା ବ୍ଲକ ବାସୀଙ୍କ ଭଲପାଇବା ସାଉଁଟିଛନ୍ତି ।  (ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ)

Exit mobile version