ରଘୁନାଥପୁର ବ୍ଲକ ୧୯ ପଂଚାୟତର ବିଜେଡି କର୍ମୀ ସମ୍ମିଳନୀ ଶେଷ – ଜଗତସିଂହପୁର

ଓଡ଼ିଶା ତାଜା ନ୍ୟୁଜ୍ (୧୪ ଅକ୍ଟୋବର ବୁଧବାର) ତିର୍ତ୍ତୋଲ :- ୨୦୧୪ ମସିହାରେ ଲୋକସଭା ଓ ବିଧାନସଭା ନିର୍ବାଚନ ସରିବା ପର ଠାରୁ ତିର୍ତ୍ତୋଲ ବିଜେଡି ୨ ଗୋଷ୍ଟିଙ୍କ କାଦୁଅ ଫିଙ୍ଗା ଦାଣ୍ଡରେ ପଡି ହାଟରେ ଗଡୁଥିଲା । ବିଧାୟକ ଵିଷ୍ଣୁ ଦାସଙ୍କ ବିୟୋଗ ପରେ ଉପନିର୍ବାଚନ ହେବାକୁ ତାରିଖ ଘୋଷଣା ହେବାର କିଛିଦିନ ପରେ ପୁଣି ପୁନରାବୃତ୍ତି ଦେଖିବାକୁ ମିଳିଥିଲା ରଘୁନାଥପୁର ବ୍ଲକ ପୁରାଣ ଓଡ଼ପଡା ପଞ୍ଚାୟତର ଗୌତମ ପାଲିତ ଫାର୍ମ ହାଉସ , ବିରିଡିି ଓ ତିର୍ତ୍ତୋଲ ବ୍ଲକ ଅଂଚଳ ରାଜ୍ୟସ୍ତରୀୟ ନେତାଙ୍କ ସାମନାରେ । ଏସବୁର ସମାଧାନ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ପ୍ରମୁଖ ନେତାଙ୍କ ଦାୟିତ୍ୱ ଦେଇଛନ୍ତି ।

ତିର୍ତ୍ତୋଲ ଉପନିର୍ବାଚନ ରଣକୌଶଳ ପାଇଁ ସୁପ୍ରିମୋଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ଯୋଜନା ଵୋର୍ଡ ଉପାଧକ୍ଷ୍ୟ ସଞ୍ଜୟ କୁମାର ଦାସବର୍ମା ରଘୁନାଥପୁର ବ୍ଲକ କର୍ମୀ ମାନଙ୍କର ସମାଧାନ ପାଇଁ ପ୍ରଥମେ ଗୋଟିଏ ଗୋଷ୍ଟିକୁ କଟକ ଜିଲ୍ଲାର ରାମକମାରପୁର ଠାରେ କ୍ୟାମ୍ପ କରି ଗତ ରବିବାର ଠାରୁ ମଙ୍ଗଳବାର ମଧ୍ୟରେ ୧୯ଟି ପଂଚାୟତ କର୍ମୀ ମାନଙ୍କୁ ଡକାଇ ସମାଧାନ କରିବା ସହିତ ନିଜେ ୨୪ ମସିହା ପର୍ଯ୍ୟନ୍ତ ସମସ୍ତ ସମସ୍ୟା ଦାୟିତ୍ୱ ନେବେ ବୋଲି କହି କର୍ମୀ

ମାନଙ୍କୁ ପ୍ରତିଶୃତି ଦେଇଥିଲେ ତା ସହିତ କିପରି ବିଜେଡି ସପକ୍ଷରେ ଅଧିକ ଭୋଟ ହେବ ସେବିଷୟରେ ଗୁରୁମନ୍ତ୍ର ଦେଇଥିଲେ । ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ , ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଓ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ପ୍ରମୁଖ ଯୋଗ ଦେଇ ନିର୍ବାଚନ ରଣକୌଶଳ ଉପରେ ସୂଚନା ଦେଇଥିଲେ । ରଘୁନାଥପୁର ପଞ୍ଚାୟତ, ରେଢୁଆ ପଞ୍ଚାୟତ, ପୁରୁଣାବସନ୍ତ ପଞ୍ଚାୟତ ଓ ବିଦ୍ୟାଧରପୁର ପଞ୍ଚାୟତର ସରପଞ୍ଚ ଓ ଆଗଧାଡ଼ିର କର୍ମୀ ମାନେ ଉପସ୍ଥିତ ଥିଲେ । ( ରିପୋର୍ଟ – ଭାସ୍କର ପଟ୍ଟନାୟକ)

Exit mobile version