ଓଡ଼ିଶା ତାଜା ନ୍ୟୁଜ୍ (୧୪ ଅକ୍ଟୋବର ବୁଧବାର) ଓଡ଼ଗାଁ :- ରାଜ୍ୟର ପୁରୀ, ଗଞ୍ଜାମ, କନ୍ଧମାଳ, ବ୍ରହ୍ମପୁର, ନୟାଗଡ଼ ସହିତ ବିଭିନ୍ନ ଜିଲ୍ଲାମାନଙ୍କରେ ଦୀର୍ଘ ଦିନ ଧରି ଡାକାୟତୀ କରି ଚାଲିଥିବା ଏକ ୧୦ ଜଣିଆ ଦଳର ମୁଖା ଖୋଲିଛି ଓଡ଼ଗାଁ ପୋଲିସ । ଡକାୟତ ଦଳରେ ସମ୍ପୃକ୍ତ ଗଣେଷ ପ୍ରଧାନ ଏବଂ କାର୍ତୀକ ନାୟକଙ୍କ ନନ୍ଦିଘୋର ଗ୍ରାମ ତୁଳସୀସାହି ଘରୁ ବହୁ ପରିମାଣର ଚୋରୀ ସାମଗ୍ରୀ ଜବତ ହୋଇଛି । ଚୋରୀ ସାମଗ୍ରୀ ଘରେ ରଖିଥିବା ନେଇ କାର୍ତ୍ତୀକ ନାୟକ ବାପା ଲିଙ୍ଗରାଜ ନାୟକକୁ ଓଡ଼ଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଗଣେଷ ଏବଂ କାର୍ତ୍ଥୀକ ଫେରାର ହୋଇ ଯାଇଥିବା ଜଣାଯାଇଛି ।
ଓଡ଼ଗାଁ ପୋଲିସ ଉପରୋକ୍ତ ଦୁହିଁଙ୍କ ଘରୁ ୨ଟି ଟ୍ରାକ୍ଟର, ୫ଟି ବାଇକ, ୪ଟି ଟ୍ରାକ୍ଟର ବଡ଼ ଚକ ଏବଂ ୪ଟି ଲୁହାଚକ, ୩ଟି ଟ୍ରାକ୍ଟର ଲଙ୍ଗଳ, ୧ଟି ରୋଟର, ୧ଟି ଧାନ ଅମଳ ଯନ୍ତ୍ର, ୨ଟି ପାଣି ମୋଟର ପମ୍ପ, ୧ଟି ଫ୍ରିଜ୍ ସହିତ ୫ବସ୍ତା ସ୍ପେୟାର ପାଟ୍ସ ଜବତ ହୋଇଛି । ଏହି ଡକାୟତ ଦଳ ଚୋରୀ କରୁଥିବା ୨ ଚକିଆ, ୩ ଚକିଆ, ୪ ଚକିଆ ଜାନ ଗୁଡ଼ିକୁ ଚୋରୀ କରିବା ପରେ ତାକୁ ସମ୍ପୁନ୍ନ ଖୋଲି ବସ୍ତାରେ ପ୍ୟାକିଙ୍ଗ୍ କରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଚାଲାଣ କରିଥାନ୍ତି । ଦୋକାନ ଓ ଘର ଆଦି ଭାଙ୍ଗି ବାଲୁଟି ବା ସମୟରେ ଧଳା ରଙ୍ଗର ଏକ ଚୋରା ବୋଲେରୋ ଓ ଗୋଟିଏ ପିକ ଅପ ଭ୍ୟାନ୍ ସେମାନେ ପ୍ରାୟ ବ୍ୟବହାର କରିଥାନ୍ତି ।
ଚୋରୀ ସାମଗ୍ରୀକୁ ଉକ୍ତ ଗାଡ଼ିରେ ଲଦି ନିଜ ହେପାଜତକୁ ଆଣିବା ପରେ ସେଠାରୁ ଅନ୍ୟାନ୍ୟ ସ୍ଥାନକୁ ଚାଲାଣ ହୋଇଥାଏ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜଣାଯାଇଛି । ବାହାଡ଼ାଝୋଲା ହାଟ ପଦାରେ ଥିବା ସିଂହାସନୀ ମୋବାଇଲ ଦୋକାନ ଚୋରୀ ଘଟଣାର ଅଭିଯୁକ୍ତ ଏବଂ ୧୦ଜଣ ଡକାୟତ ଦଳର ଅନ୍ୟତମ ସଦସ୍ୟ ନନ୍ଦିିଘୋର ନୂଆସାହି ଗ୍ରାମର ରବିନ୍ଦ୍ର ନାୟକ ଗିରଫ ହେବା ପରେ ସମସ୍ତ ଘଟଣାର ପର୍ଦାଫାସ ହୋଇଥିଲା । (ରିପୋର୍ଟ :- ଓଡ଼ଗାଁ / କୁରାଳରୁ – ଅଶ୍ଵିନୀ କୁମାର ସାହୁ )
