ଲଗାଣ ବର୍ଷାରେ ଭୁଷୁଡ଼ିଲା ଘରର ଛାତ

ଓଡ଼ିଶା ତାଜା ନ୍ୟୁଜ (୧୪ ଅକ୍ଟୋବର ବୁଧବାର )  ସାନଖେମୁଣ୍ଡି :-  ଲଗାଣ ବର୍ଷାରେ ଦକ୍ଷିଣ ଓଡ଼ିଶା ଜଳ ବନ୍ଦୀ ହୋଇ ଜୀବନଜୀବିକା ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ଯାହା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସାଧାରଣ ଲୋକ । କରୋନା ମହାମାରୀ ଯୋଗୁଁ ରୋଜଗାରର ମାଧ୍ଯମ ବନ୍ଦ ରହିଥିବା ବେଳେ ବର୍ତ୍ତମାନ ଲଗାଣ ବର୍ଷାରେ ସାଧାରଣ ଲୋକ ଉପରେ ବିପଦର କଳା ବାଦଲ ଛାଇ ହୋଇଯାଇଛି । ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ କଉଡିଆ ପଞ୍ଚାୟତର ବଉଳଘାଇ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।

ଉକ୍ତ ଗ୍ରାମର ସିନ୍ଦୁଆ ସ୍ବାଇଁ ଏକ ସାଧାରଣ ଗରିବ ଶ୍ରେଣୀର ବ୍ଯକ୍ତି ହୋଇଥିବା ବେଳେ ଦିନ ମଜୁରିଆ ଭାବେ ଜୀବିକା ଉପାର୍ଜନ କରିଥାନ୍ତି । ବିଡମ୍ବନାର ବିଷୟ ଗତ କିଛି ଦିନଧରି ଜାରି ରହିଥିବା ଲଗାଣ ବର୍ଷାରେ ତାଙ୍କ ଘରର ଛାତ ଭୁଷୁଡି ପଡିଛି । ଯାହା ସିନ୍ଦୁଆଙ୍କ ଦୁଃଖ ଦ୍ବିଗୁଣିତ କରିଦେଇଛି । ଏଭଳି ପରିସ୍ଥିତିରେ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ସରକାରୀ ସୁବିଧା ସୁଯୋଗ ପ୍ରଦାନ କଲେ ଗରିବ ପରିବାରର ଦୁଃଖ ଦୂର ହୋଇପାରିବା ଆଶା କରିଛନ୍ତି । ( ରିପୋର୍ଟ: ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )

Exit mobile version