ଓଡ଼ିଶା ତାଜା ନ୍ୟୁଜ (୧୩ ଅକ୍ଟୋବର ମଙ୍ଗଳବାର ) କଳାହାଣ୍ଡି :- ଭାରତର ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦୀ ସ୍ଵଚ୍ଛ ସୁନ୍ଦର ପରିବେଶ ଓ ପ୍ରଦୁଷଣମୁକ୍ତ ଭାରତ ଗଠନ ଦିଗରେ ଜନସାଧାରଣଙ୍କୁ ବାରମ୍ବାର ଆହ୍ଵାନ ଦେଇ ଆସୁଥିବା ବେଳେ ଏହି ଆହ୍ବାନକୁ ଆଖି ଆଗରେ ରଖି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସାପଲହରା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଵାଞ୍ଜିପଦର ଗ୍ରାମର ଖୋଲା ଝରକା ଯୁବ ଅନୁଷ୍ଠାନ ତରଫରୁ ଗ୍ରାମର ଦୁଇ ଗୋଟି ଓ୍ଵାଡକୁ ସମ୍ପୂର୍ଣ୍ଣ ଭାବରେ ସଫାକରିଵା ସହ ପ୍ରତ୍ୟେକ ଜାଗାରେ ଗୋଟିଏ ଲେଖାଏଁ ଡଷ୍ଟଵିନ ବ୍ୟବସ୍ଥା ମଧ୍ୟ କରିଥିଲେ ।
ଖୋଲା ଝରକା ଅନୁଷ୍ଠାନର ସଭାପତି ମିଟୁ ସାହୁ, ସମ୍ପାଦକ ସୁଦାମ ସୁନା, କୋଷାଧ୍ୟକ୍ଷ ସୁଦାମ ଚରଣ ଦାଶ, ସହ ସମ୍ପାଦକ ବିବେକାନନ୍ଦ ସାହୁଙ୍କ ସହ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଏବଂ ଗାଁ ଲୋକମାନଙ୍କୁ ନେଇ କୋଭିଡ ନିୟମକୁ ପାଳନ ସହ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର କରି ସୁନ୍ଦର ଭାବରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସଫେଇ କାର୍ଯ୍ୟକ୍ରମରେ ଯୁଵନେତା ତଥା ସମାଜସେବୀ ମନୋଜ ପଟ୍ଟନାୟକ ଯୋଗଦାନ କରିବା ସହ ଗାଁକୁ କିପରି ବାହ୍ୟ ମଳମୁକ୍ତ ରଖିବା ,
ମହାମାରୀ କରୋନାକୁ ହଟାଇବା ଏବଂ ଗାଁରେ ରହୁଥିବା ଅସହାୟ ଗରିବ ଲୋକମାନଙ୍କ ଦୁଃଖ କେମିତି ପ୍ରଶାସନ ପାଖରେ ପହଞ୍ଚାଇବା ଏଭଳି ଅନେକ ଗୁଡ଼ିଏ କାର୍ଯ୍ୟ ଉପସ୍ଥିତ ଥିବା ସମସ୍ତ ଗ୍ରାମଵାସୀ, ବୁଦ୍ଧିଜୀବୀ ମାନଙ୍କୁ ପ୍ରେରଣା ଦେଇଥିଲେ । ଏହି ସଫେଇ କାର୍ଯ୍ୟକ୍ରମରେ ସମାଜସେବୀ ସରୋଜ ସାହୁ, ଧନୁର୍ଯ୍ୟ ସାହୁ ଓ ସୁଦର୍ଶନ ସାହୁ ମଧ୍ୟ ସାମିଲ ହୋଇଥିଲେ । (ରିପୋର୍ଟ ପ୍ରଦୀପ କୁମାର ଗଉଡ)
