ଧର୍ମଘଟରେ ହଜାର ହଜାର କଂଗ୍ରେସ କର୍ମୀ ଓ ନେତୃମଣ୍ଡଳିଙ୍କର ସହଯୋଗରେ ଧର୍ମଘଟ – କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନଙ୍କର ମିଳିତ ମଞ୍ଚ

ଭୁବନେଶ୍ୱର ତା.୦୮.୦୧.୨୦୨୦ : କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନମାନଙ୍କର ମିଳିତ ମଞ୍ଚର ସାଧାରଣ ଧର୍ମଘଟକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ଦୃଢ଼ ସମର୍ଥନ ଓ ପ୍ରତ୍ୟକ୍ଷ ସହଯୋଗ ଫଳରେ ରାଜ୍ୟର ପ୍ରତ୍ୟେକ ବ୍ଲକ୍, ଜିଲ୍ଲା, ଗ୍ରାମପଞ୍ଚାୟତସ୍ତରରେ ହଜାର ହଜାର କଂଗ୍ରେସ ନେତୃମଣ୍ଡଳୀ, କର୍ମୀ, ଛାତ୍ର, ଯୁବ, ମହିଳା, ଶ୍ରମିକ ଓ କୃଷକମାନେ ଦୃଢ଼ ସମର୍ଥନ କରିବା ସହ କେନ୍ଦ୍ରନେତୃତ୍ୱ ମୋଦୀ ସରକାରଙ୍କ ଜନମାରଣ ନୀତିର ପର୍ଦ୍ଦାଫାସ କରାଯାଇଥିଲା । ଭୁବନେଶ୍ୱର ଠାରେ ପ୍ରାତଃ ୬ଘଟିକା ଠାରୁ ବିଭିନ୍ନ ଶ୍ଲୋଗାନ, ପ୍ଲାକାର୍ଡ, ପତାକା ଓ ବ୍ୟାନର ଧରି ଶତାଧିକ କଂଗ୍ରେସ କର୍ମୀ ଓ ନେତୃମଣ୍ଡଳୀ ମାଷ୍ଟର କ୍ୟାଟିନ୍, ସି.ଆର.ପି. ଛକ, ଜୟଦେବ ବିହାର ଛକ, ଏୟାରପୋର୍ଟ, ବାଣୀବିହାର, କଳ୍ପନା ଛକଠାରେ ଧର୍ମଘଟରେ ଯୋଗଦେଇଥିଲେ । ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ଦେବାଶୀଷ ପଟ୍ଟନାୟକ, ଜଗନ୍ନାଥ ପଟ୍ଟନାୟକଙ୍କ ସହ ଶତାଧିକ ଯୁବ, ଛାତ୍ର, ମହିଳା ଧର୍ମଘଟରେ ଶାନ୍ତିଶୃଙ୍ଖଳାର ସହ ସାମିଲ ହୋଇଥିଲେ ଓ ରାଜ୍ୟ ବିଜେଡ଼ିର ଦୋମୁହାଁ ନିତୀକୁ ଶ୍ରୀଯୁକ୍ତ ପଟ୍ଟନାୟକ ସମାଲୋଚନା କରିଥିଲେ ।

ବନ୍ଦକୁ ରାଜ୍ୟବାସୀ ଅକୁଣ୍ଠ ଚିତ୍ତରେ ସମର୍ଥନ ଦେଇଥିବାରୁ ଶ୍ରୀଯୁକ୍ତ ପଟ୍ଟନାୟକ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଥିଲେ । ଆଜିର ଧର୍ମଘଟରେ ଅନ୍ୟମାନଙ୍କ ମଧ୍ୟରେ ରଶ୍ମୀ ମହାପାତ୍ର, ଶିବାନନ୍ଦ ରାୟ, ରାମଚନ୍ଦ୍ର ଖୁଣ୍ଟିଆ, ସଂଗ୍ରାମ ଜେନା, ବିଶ୍ୱଭୂଷଣ ଦାସ, ରଜନୀ ମହାନ୍ତି, ପଦ୍ମାକର ଗୁରୁ, ମନୋଜ ମହାପାତ୍ର, ମନୋରଞ୍ଜନ ଦାସ, ଦୀପକ୍ ମହାପାତ୍ର, ରାଜୀବ ପଟ୍ଟନାୟକ, ନରେଶ ମହାନ୍ତି, ନିରଞ୍ଜନ ନାୟକ, ସୌମ୍ୟ ମିଶ୍ର, ହଳଧର ସେଠୀ, ମନୋରଞ୍ଜନ ରାଉତରାୟ, ସଞ୍ଜିବ ମହାନ୍ତି, ରାଜକିଶୋର ବାରିକ୍, ସୁଶାନ୍ତ ତ୍ରିପାଠୀ, ଶ୍ରୀୟାସ୍ମିତା ପଣ୍ଡା, ସୁଭଦ୍ରା ମିଶ୍ର, ଲିଙ୍ଗରାଜ ସାହୁ, ପ୍ରକାଶ ମିଶ୍ର, ଆଲୋକ ଲେଙ୍କା, ରଣଜିତ୍ ପାତ୍ର, ସାଗର ପରିଡ଼ା, ମହମ୍ମଦ ଅସିର, ବିରଞ୍ôଚ ବାରିକ୍, ଦେବୀପ୍ରସାଦ ବାହାଲିଆ, ଜୟକୃଷ୍ଣ ମଲିଆ, ମୋହନ ଜେନା, ଦୀପକ ମିଶ୍ର, ଦେବପ୍ରସାଦ, ନାସିର୍ ଅହମ୍ମଦ, ସଙ୍କୁନା କଅଁର, ମୁନି ଠାପା, ସୁବ୍ରତ ମହାନ୍ତି, ଜୟକୃଷ୍ଣ ସୁବୁଦ୍ଧି, ମଣ୍ଟୁ ମଲ୍ଲିକ, ଜମ୍ବେଶ୍ୱର ମଲ୍ଲିକ, ସତ୍ୟସ୍ମତ ମହାନ୍ତି, ରସିକ ପଟ୍ଟନାୟକ, ମାନସ ଆ·ର୍ଯ୍ୟ, କିଶୋର ଜେନା, ଅଶୋକ ମହାନ୍ତି, କନକଲତା ମଲ୍ଲିକ, ପ୍ରଣତି ମିଶ୍ର, ବୀଣାପାଣି ସାମଲ, ସଂନ୍ଧ୍ୟା ମହାପାତ୍ର, ଅଜୟ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।

Exit mobile version