ବି.ଜେ.ପି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ – ଜଗତସିଂହପୁର

ଓଡ଼ିଶା ତାଜା ନ୍ୟୁଜ (୧୩ ଅକ୍ଟୋବର ମଙ୍ଗଳବାର ) ତିତ୍ତୋଲ :- ତିର୍ତ୍ତଲ ଉପ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦଖଲର ଦ୍ଵିତୀୟ ଦିବସରେ ବିଜେପି ପ୍ରାର୍ଥୀ ରଜ କିଶୋର ବେହେରା ପ୍ରାର୍ଥୀପତ୍ର ଦାଖଲ କରିବେ । ସକାଳୁ ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ଦର୍ଶନ କରି ରାଜ କିଶୋର ବେହେରା ଜଗତସିଂହପୁର ପାର୍ଟି ଅଫିସରେ ପହଞ୍ଚିଥିଲେ ।

ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ସହିତ ବିଜେପି ସମର୍ଥକ ସହିତ ଆଲୋଚନା କରିବା ପରେ କୋଭିଡ କଟକଣା ନିୟମ ଅନୁସାରେ ରାଜ କିଶୋର ବେହେରା ଜଗତସିଂହପୁରର ଅତିରିକ୍ତ ଜିଲ୍ଲାପାଳ ତଥା ୧୦୨ ତିର୍ତ୍ତଲ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ରହିଥିବା ରିଟଣ୍ଣିଂ ଅଫିସର ସଚ୍ଚିଦାନନ୍ଦ ସାହୁ ଓ ତହସିଲଦାର ରୂପାଳିକା ଦାଶ୍ ଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ।

ନିର୍ବାଚନରେ ଶାସକ ବିଜେଡି ଓ କଂଗ୍ରେସ ଦଳର ଦୋଷ ଦୁର୍ବଳତା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଙ୍କ ଜନାଭିମୁଖୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହିତ ଦଳ ନିଶ୍ଚିତ ଜିତିବ ବୋଲି ରାଜକିଶୋର ବେହେରା କହିଥିଲେ । ତାଙ୍କ ସହ ଯୁବନେତା ସୁବୋଧ ବାରିକ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପତ୍ର ଜିଲ୍ଲାପରିଷଦ ସଭ୍ୟ ଅଶୋକ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । (ତିର୍ତ୍ତଲ ରିପୋର୍ଟ /ଭାସ୍କର ପଟ୍ଟନାୟକ)

Exit mobile version