ବିଭିନ୍ନ ସ୍ଥାନରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୧୨ ଅକ୍ଟୋବର ସୋମବାର) ବ୍ରହ୍ମପୁର :- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ସମେତ ବ୍ଳକ ଅଧିନସ୍ଥ ପଦ୍ମନାଭପୁର ଓ ବମକୋଇ ଗ୍ରାମରେ ରବିବାର ଦିନ ଆର୍ନ୍ତଜାତୀୟ ବାଳିକାର ବିଜୁ କଲ୍ୟାଣ ରତ୍ନମାଳା ତଥା ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖବରପ୍ରକାରେ , ଦିଗପହଣ୍ଡି ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଯଶୋବନ୍ତୀ ସାହୁଙ୍କ ନିର୍ଦ୍ଦେଶନାରେ ପ୍ରଥମେ ଦିିଗପହଣ୍ଡି ଅଞ୍ଚଳ କଲୋନୀ ପରିସରରେ ଅଙ୍ଗନୱାଡ଼ି କର୍ମୀ ସଭାନେତ୍ରୀ ପି .ବିଜୟଲକ୍ଷ୍ମୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ ଅତିଥି ରୂପେ ଯୋଗଦେଇ ଗେହ୍ଲା ଝିଅ ମାଆଙ୍କୁ ସମ୍ମାନ ଜଣାଇଥିଲେ । ସେହିପରି ପଦ୍ମନାଭପୁୁୁୁୁୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ଥାନୀୟ ସରପଞ୍ଚ ବି . କ୍ରିଷ୍ଣାରାଓ ସୁବୁଦ୍ଧି ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଅଙ୍ଗନୱାଡ଼ି କର୍ମୀ ଅନିତା , କୁନି ପଣ୍ଡା , ଗୀତାଞ୍ଜଳି ମିଶ୍ର ,

ସୁଲଚାନା ରଥ , ମମତା ପ୍ରଧାନ ଉପସ୍ଥିତ ରହି ଗ୍ରାମର ଏନ୍. ଅର୍ଣ୍ଣପୂର୍ଣାଙ୍କ ଝିଅ ରିୟା ଏବଂ କଳ୍ପନା ସେଠୀଙ୍କ ଝିଅଙ୍କୁ ପଞ୍ଚାୟତ ପକ୍ଷରୁ ସମ୍ମାନିତ କରାଯାଇଥିଲା । ପରିଶେଷରେ ଏହି ବ୍ଳକ ଅନ୍ତର୍ଗତ ବମକୋଇ ଗ୍ରାମ ପଞ୍ଚାୟତରେ ମଧ୍ୟ “ମୋ ଗେଲା ଝିଅ” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରତିନିଧି ଭଗବାନ ବାଡ଼ତ୍ୟା , ମିଶନ ଶକ୍ତି ବିଭାଗ ବମକୋଇ ଅଞ୍ଚଳର ପର୍ଯ୍ୟବେକ୍ଷଣୀୟ ରେଣୁକା ନାୟକ ଏବଂ ବିଜୁ ଯୁବବାହିନୀ ସଭାପତି ରାଜ କିଶୋର ମହାନ୍ତି ଅତିଥି ରୂପେ ଉପସ୍ଥିତ ଥିବାବେଳେ ଅଙ୍ଗନୱାଡ଼ି କର୍ମୀ ସମ୍ପାଦିକା ସୁମିତ୍ରା ପଣ୍ଡା , ସୋନାଲି ପାଣିଗ୍ରାହୀ , ମୋନାରାଣୀ ମହାପାତ୍ର , କୁନ୍ତି ପ୍ରଧାନ ,ସୁଜାତା ପ୍ରଧାନ, ଗୀତାଞ୍ଜଳି ପ୍ରଧାନ , ଉଷାରାଣୀ ବାଡ଼ତ୍ୟା, ସୁଦେଷ୍ଣା ପ୍ରଧାନ, ଚଞ୍ଚଳା ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ( ରିପୋର୍ଟ :- ଶେଷଦେବ ସାହୁ )

Exit mobile version