ନୟାଗଡ ଟାଉନ ଥାନାର ଆଉ ଏକ ବୃହତ ସଫଳତା : ଆଇ.ଆଇ.ସି ଜୟଦ୍ଵୀପଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗିରଫ ହେଲେ କୁବିକ୍ଷ୍ୟାତ ବାଇକ ଚୋରି ରାକେଟର ସଦସ୍ୟ

ଓଡ଼ିଶା ତାଜା ନ୍ୟୁଜ (୧୨ ଅକ୍ଟୋବର ସୋମବାର) ନୟାଗଡ :- ନୟାଗଡ ଟାଉନ ଥାନାକୁ ଆଜି ମିଳିଛି ଆଉ ଏକ ବିଶେଷ ସଫଳତା | ଏହି କ୍ରମରେ ନୟାଗଡରେ ବାରମ୍ବାର ଘଟୁଥିବା ବାଇକ ଚୋରିର ମୂଳ ଉପାଡିବାକୁ ସଫଳ ହୋଇଛି ନୟାଗଡ ଟାଉନ ଥାନା|ଏହି ବାଇକ ଚୋରି ଉପରେ ସ୍ୱତନ୍ତ୍ର ନଜର ଦେବାକୁ ନୟାଗଡ ଥାନାର ଭାରପ୍ରାପ୍ତ ଅଧିକାରୀ ଜୟଦ୍ଵୀପ ମହାନ୍ତିଙ୍କ କଡା ନିର୍ଦେଶ ଥିଲା|ନିଜେ ଆଇ. ଆଇ.ସି ମଧ୍ୟ ଖୁବ ଚତୁରତାର ସହ ଏହି ବାଇକ ଚୋରଙ୍କ ଉପରେ ନଜର ରଖିଥିଲେ|ଏହି କ୍ରମରେ ନୟାଗଡ ଟାଉନ ଥାନା ଏକ କୁବିଖ୍ୟାତ ବାଇକ ଚୋର ରାକେଟକୁ କାବୁ କରିବା ସହ ଗିରଫ କରିବାକୁ ସମର୍ଥ ହୋଇଛି | ଏପରିକି ସେମାନଙ୍କୁ ଆଜି କୋର୍ଟ ଚାଲାଣ କରା ଯାଉଥିବା ଆଇ.ଆଇ.ସି ଜୟଦ୍ଵୀପ ମହାନ୍ତିଙ୍କ ସୂତ୍ରରୁ ପ୍ରକାଶ |ଏହି ପରିପ୍ରେକ୍ଷୀରେ ବାଇକ ଚୋରଙ୍କ ବିରୁଦ୍ଧରେରେ ନୟାଗଡ ଟାଉନ ଥାନାରେ କେଶ ନଂ 157u/s-379IPC ରେ ଏକ ମାମଲା ରୁଜୁ ହୋଇଛି|

ଗିରଫ ଅଭିଯୁକ୍ତ ମାନେ ହେଲେ ଫତେ ଗଡ଼ ଥାନାର ପିଠାଖାଇ ଗ୍ରାମର ବସନ୍ତ ନାୟକଙ୍କ ପୁଅ ଅଶୋକ ନାୟକ (୨୭), ବିଜିପୁରର ବୁଲା ଜେନାଙ୍କ ପୁଅ ସନ୍ତୋଷ ଜେନା (୩୫ )ଏବଂ ଅନ୍ୟ ଜଣେ ହେଲେ ବନମାଳୀ ପୁରର ନୀଳକଣ୍ଠ ସାହୁଙ୍କ ପୁଅ ଭଗବାନ ସାହୁ(୨୯)ଏହାର ତଦନ୍ତ ଅଧିକାରୀ ଭାବରେ ଏସ. ଆଇ ସ୍ମୁତି ରଞ୍ଜନ ମହାନ୍ତିଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିବାବେଳେ ନୟାଗଡ ଟାଉନ ଥାନାର ଏହି ସଫଳତା ପାଇଁ ଆଇ. ଆଇ.ସି ଜୟଦ୍ଵୀପଙ୍କ ସମେତ ଟାଉନ ଥାନାର ଅନ୍ୟାନ୍ୟ ଅଧିକାରୀ, ସମସ୍ତ କର୍ମଚାରୀଙ୍କ ପ୍ରତି ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି |ଏପରିକି ଟାଉନ ଥାନାର ଏହି ସଫଳତା ପାଇଁ ଏସ.ପି ପ୍ରତ୍ୟୁଷ କୁମାର ଦିବାକର, ନୟାଗଡ ଏସ.ଡି.ପି.ଓ ନିରଞ୍ଜନ ପାଢ଼ୀଙ୍କ ପ୍ରତି ସମଗ୍ର ଜିଲ୍ଲାରେ କୃତଜ୍ଞତା ପ୍ରକାଶ ପାଇଛି|(ରିପୋର୍ଟ-ରାମକୃଷ୍ଣ ରଥ)

Exit mobile version