ମହିମା ଆଶ୍ରମ ର ସୁ-ପରିଚାଳନା ପାଇଁ କର୍ମକର୍ତ୍ତା ନିର୍ବାଚନ

ଓଡ଼ିଶା ତାଜା ନ୍ୟୁଜ (୧୨ ଅକ୍ଟୋବର ସୋମବାର) ପଦ୍ମପୁର :- ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମ ପଂଚାୟତ ରେ ଆଧ୍ୟାମିକ ବାତାବରଣ ଜାଗ୍ରତ କରିବା ପାଇଁ ସାଧୁ ଗିରିଜା ଶଙ୍କର ଦାଶଙ୍କ ଅକ୍ଲାନ୍ତ ପରିଶ୍ରମ ତଥା ଅଂଚଳର ଅଗଣିତ ଭକ୍ତ ଙ୍କ ପ୍ରଚେଷ୍ଟାରେ ୨୦୦୯ ମସିହା ରେ ଅନେକ ଆଲୋଚନା ପରେ ପଲସାନୀ ଗ୍ରାମର ଭକ୍ତ ଧବଳେଶ୍ୱର ବାଙ୍କା ୭ ଏକର, ଟୁଲ ବରିହା ୩ ଏକର ଭୂମି ସ୍ୱଇଚ୍ଛା ରେ ଦାନ କରି ୨୦୧୭ ରେ ଉକ୍ତ ଜମି ଉପରେ ଧୂନୀ ମନ୍ଦିର କାର୍ଯ୍ୟ ଆରମ୍ଭ ପରେ ଓଡିଶା ତଥା ନିକଟସ୍ଥ ଛତିଶଗଡ ରାଜ୍ୟ ରୁ ଅଗଣିତ ସାଧୁ ସନ୍ଥ ଙ୍କ ସମାଗମ ରେ ୨୦୧୮ ମସିହା ଫାଲଗୁନ ମାସ ଶୁକ୍ଲପକ୍ଷ ଷଷ୍ଟୀ ତିଥି ରେ ମନ୍ଦିର ର ଖୁବ ଆଡମ୍ବର ପୂର୍ଣ୍ଣ ଭାବେ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା l

ଏ ପରିପେକ୍ଷୀ ରେ ଆଜି ଧୂନୀ ମନ୍ଦିର ପ୍ରାଙ୍ଗଣ ରେ ଅଂଚଳ ର ଶତାଧିକ ଭକ୍ତ ଙ୍କ ଉପସ୍ଥିତି ରେ ପ୍ରାରମ୍ଭେ ୩୦ ଜଣ ସଭ୍ୟ ଙ୍କୁ ନେଇ ଏକ କମିଟୀ ଗଠନ କରାଗଲାା ସମସ୍ତ ସଭ୍ୟ ଙ୍କ ସର୍ବସମ୍ମତିକ୍ରମେ ସଭାପତି ସନ୍ଥ ସାଧୁ ଗିରିଜାଶଙ୍କର ଦାଶ, ଉପ ସଭାପତି ଛବିଳ ବାରିକ, ବିନୋଦ ସେଠ, ଉପ ସଭାପତି ଡାକ୍ତର ପ୍ରଧାନ, ଗଜେନ୍ଦ୍ର ସେଠ ସମ୍ପାଦକ ଯୋଗେଶ୍ୱର ପ୍ରଧାନ,ଅଶୋକ ଭୋଇ, ସହ ସଂପାଦକ:- ପିତ୍ତବାସ ଭୋଇ , କିଶୋର ରଣା କୋଷାଧ୍ୟକ୍ଷ ଭିଷ୍ମଦେବ ସାହୁ, ଜଗନ୍ନାଥ ଛତ୍ରିଆ ଙ୍କୁ ମନ୍ଦିର ର ଭିତ୍ତିଭୂମୀ କୁ ସୁ-ଦୃଢ଼ କରିବାକୁ ନିର୍ବାଚିତ କରା ଯାଇଛି ବୋଲି ଭକ୍ତ ମୁନୁ ସାହୁ, ମାତା ସୂର୍ଯ୍ୟ ସାହୁଙ୍କ ଠାରୁ ପ୍ରକାଶ କରିଛନ୍ତି ।  (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version