ଉତ୍ତରପ୍ରଦେଶରେ ଦଳିତ ଯୁବତୀକୁ ଧର୍ଷଣ ଓ ହତ୍ୟା କରିବା ଅଭିଯୋଗ ; ତା ବିରୋଧ ରେ ସଭା ଓ ସଭାଯାତ୍ରା ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ ( ୧୧ ଅକ୍ଟୋବର ରବିବାର )  ପାରଳଖେମୁଣ୍ଡି :-  ଗଜପତି ଜିଲ୍ଲା କାଶୀନଗର ବ୍ଲକର ସଦର ମହକୁମା କାଶୀନଗରରେ ଧର୍ଷଣ ବିରୋଧରେ ସଭା ଓ ଶୋଭାଯାତ୍ରା ଅନୁଷଠିତ ହୋଇଯାଇଛି । ଉତ୍ତର ପ୍ରଦେଶରେ ଲାଗି ରହିଥିବା ଧର୍ଷଣ ଘଟଣା ବିରୋଧ କରି ଏକ ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭାଯାତ୍ରାରେ ବିଭିନ୍ନ ସ୍ଲୋଗlନ ମାନକରିବା ସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରର ଇସ୍ତଫା ଦାବୀ କରିଥିଲେ । ଏନେଇ ଅନୁଷ୍ଠିତ ସଭାରେ କାଶୀନଗର ନାଗରିକ ମଞ୍ଚର ସଭାପତି କବି ପ୍ରଶାନ୍ତ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି ଯେ ଦେଶ, ଦଳିତ ଓ ମହିଳାମାନଙ୍କ ପାଇଁ ଏକ ଅସୁରକ୍ଷିତ ସ୍ଥାନରେ ପରିଣତ ହୋଇଛି । ଦିନକୁ ଦିନ ଉଲ୍ଲିଖିତ ବର୍ଗର ଲୋକଙ୍କ ଉପରେ ଅତ୍ୟାଚାର ବଢି ଚାଲିଥିଲେ ବି ସରକାର ନୀରବ ଦ୍ରଷ୍ଟା ହୋଇ ରହିଛନ୍ତି ଓ ପ୍ରତିକାର ଲାଗି କୌଣସି ଫଳପ୍ରଦ ପଦକ୍ଷେପ ନିଆଯାଉନାହିଁ ବୋଲି କହିଥିଲେ ।

ଏଠାରେ ପ୍ରକାଶ ଯୋଗ୍ୟ ଯେ କାଶୀନଗର ସ୍ଥିତ ଦବେୀ ୟୁଥ୍ ଓ ଅବ୍‌ଦୁଲ କାଲାମ ୟୁଥ ଫୋରମ୍ ତରଫରୁ ଧର୍ଷଣ ସଂସ୍କୃତି ବିରୋଧରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଦେବୀ ୟୁଥ କ୍ଲବର ସଭାପତି ପୋଲାକି ତିରୁପତି ଓ ସଦସ୍ୟଗଣ ଏବଂ ଅବଦୁଲ୍ କାଲାମ ୟୁଥ ଫୋରମ୍‌ର ସଭାପତି ଓ ସଂପାଦକ କେ.ରାମବାବୁ, ଟି କ୍ରିଷ୍ଣା, ଯୁବ ନେତା ରଘୁରାମ ସାହୁ, କାଶୀନଗର ରଇତ ସଂଘର ଉପ ସଭାପତି ୱାଇ. ଧନଞ୍ଜୟ, କୋଷାଧ୍ୟକ୍ଷ ବସନ୍ତ କୁମାର ଦାମୋଦର, ବୁଦ୍ଧିଜୀବୀ ହୃଷୀକେଶ ଗୌଡ, ରାଜେଶ ପଟ୍ଟନାୟକ, ମନୋଜ କୁମାର ଚୌଧୁରୀ, ପ୍ରଶାନ୍ତ ସାହୁ, ମହିଳା ସଂଘର ଅରୁଣା ଶ୍ରୀରାମ, ଭି. ଚଲପତି ପ୍ରମୁଖ ଯୋଗଦେଇ ଦଳିତ ଓ ମହିଳାମାନଙ୍କ ଉପରେ ଦେଶରେ ଚାଲିଥିବା ଅତ୍ୟାଚାରର ନିନ୍ଦା କରିଥିଲେ ଓ ଏଥି ପ୍ରତି ଉତ୍ତର ପ୍ରଦେଶ ସରକାରଙ୍କ ଉଦାସୀନତା ଗ୍ରହଣୀୟ ନୁହେଁ ବୋଲି ମତ ଦେଇଥିଲେ । ଶୋଭାଯାତ୍ରାରେ ବ୍ଲକ ସିଏଚ୍‌ସି ଛକରୁ ବାହାରି ଷ୍ଟେଟବ୍ୟାଙ୍କ ଛକ ପର୍ଯ୍ୟନ୍ତ ଯାଇ ପୁଣି ପୂର୍ବୋକ୍ତ ଛକକୁ ଫେରି ସଭା ଅନୁଷ୍ଠିତ ହୋଇଥିଲା । ଏହାପରେ ମହମବତୀ ଜଳାଇ ମନୀଷା ବାଲ୍ଲୀକିଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ରିପୋର୍ଟ  -ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version