ବଳୀ ପାଇଁ ନାବାଳିକାଙ୍କୁ ଅପହରଣ ଉଦ୍ୟମ ଘଟଣା : ଗୁଣିଆ ଗିରଫ – ସାନଖେମୁଣ୍ଡି

ଓଡ଼ିଶା ତାଜା ନ୍ୟୁଜ (୧୦ ଅକ୍ଟୋବର ଶନିବାର ) ସାନଖେମୁଣ୍ଡି :-  ବଳୀ ପାଇଁ ନାବାଳିକାକୁ ଅପହରଣ ଘଟଣା । ମାମଲାରୁ ଜଣେ ଗୁଣିଆକୁ ଗିରଫ କରିଛି ପୋଲିସ । ଗିରଫ ଗୁଣିଆର ନାମ  ରତ୍ନାକର ସେଠୀ, ତାଙ୍କୁ କୋଲକାତାରୁ ଗିରଫ କରିଛି ପୋଲିସ । ରତ୍ନାକରଙ୍କ ଘର ସେରଗଡ଼ ଅଞ୍ଚଳର ବରମୁଣ୍ଡଳୀ ଗାଁର ବୋଲି ଜଣାପଡିଛି । ତାଙ୍କ ନିକଟରୁ ଗୁଣି ଗାରେଡ଼ିରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ ହୋଇଛି । ପୂର୍ବରୁ ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯିବା ସହ ଗୋଟିଏ ବାଇଁ ଓ ୨ଟି ଖଣ୍ଡା ଜବତ ହୋଇଛି । ଆସିକା ଥାନା ଚଶାପିତଲ ଗାଁରେ ଜଣେ ୧୨ବର୍ଷର ନାବାଳିକାକୁ ବଳିଦେବା ପାଇଁ ଅପହରଣ କରାଯାଇଥିଲା । ଅଭିଯୁକ୍ତମାନେ ସଂପୃକ୍ତ ୩୦ହଜାର ଟଙ୍କା

ଦେଇ ଭାଇଠାରୁ ନାବାଳିକାକୁ କିଣିବା ପାଇଁ ଉଦ୍ୟମ କରି ବିଫଳ ହେବାରୁ ଧମକ ଚମକ ଦେଉଥିଲେ । ଏନେଇ ପୋଲିସରେ ନାବାଳିକାଙ୍କ ଭାଇ  ଥାନାରେ ଏତଲା ଦେଇଥିଲା । ପୋଲିସ ତ୍ୱିରତ କାର୍ଯ୍ୟାନୁଷ୍ଠାନ ନେଇ ୪ଜଣଙ୍କ ଗିରଫ କରିବା ସହ ଅନ୍ୟ ୫ଜଣ ଫେରାର ଥିଲେ । ଯାହାକୁ ଖୋଜିବା ପାଇଁ ପୋଲିସ ଟିମ୍‌ ଗଠନ କରିଥାଲ । ତେବେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ବୟାନରେ ନାବାଳିକାଙ୍କୁ ଅପହରଣ କରି ହିଞ୍ଜିଳି ନିକଟରେ ଥିବା ଏକ କେଉଁ ମନ୍ଦିରରେ ବଳି ଦେଇଥାନ୍ତେ । ବଳି ଦେଇଥିଲେ କୁଆଡେ ଟଙ୍କାର ବର୍ଷା ହୋଇଥାନ୍ତା ବୋଲି ଗିରଫଙ୍କ ବୟାନକୁ ଆଧାର କରି ଥାନା ଅଧିକାରୀ ପ୍ରଶାନ୍ତ ସାହୁ ପ୍ରକାଶ କରିଛନ୍ତି । ଗତ ସେପ୍ଟେମ୍ବର ୬ ତାରିଖରେ ଉକ୍ତ ଘଟଣାଟି ଘଟିଥିଲା । (ରିପୋର୍ଟ: ଶେଷଦେବ ସାହୁ: ଗଞ୍ଜାମ ଜିଲ୍ଲା ବ୍ୟୁରୋ)

Exit mobile version