ସଡ଼କ ଦୁର୍ଘଟଣାରେ ତିନି ବୁଲେଟ ଆରୋହୀ ଆହତ ; ଡାକ୍ତରଖାନା ରେ ଭର୍ତ୍ତି

ଓଡ଼ିଶା ତାଜା ନ୍ୟୁଜ (୧୦ ଅକ୍ଟୋବର ଶନିବାର ) ବରଗଡ଼ :-     ବରଗଡ଼ – ବରିଗୁମ୍ମା ଜାତୀୟ ରାଜପଥ ର ସରସରା ଗ୍ରାମ ପେଟ୍ରୋଲ ପମ୍ପ ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୩ ଜଣ ବୁଲେଟ ମୋଟର ସାଇକେଲ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ସ୍ବେଚ୍ଛାସେବୀ ମାନେ ସଂଗେ ସଂଗେ ୧୦୮ ଆମ୍ବୁଲାନ୍ସ ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସୂଚନା ମତେ ବରଗଡ଼ ସରା ନିକଟରେ ଏକ ଡମ୍ପର କୁ ବୁଲେଟ ମୋଟର ସାଇକେଲ ଧକ୍କା ଦେଇଥିଲା ।

ଫଳରେ ମୋଟର ସାଇକେଲ ଆରୋହୀ ଗୁରୁତର ଆହତ ହୋଇଥିଲେ । ଖବର ପାଇ ସ୍ବେଚ୍ଛାସେବୀ ସଂଗଠନ ପଶ୍ଚିମ ଓଡ଼ିଶା ଯୁବ ସଂଗଠନର ସ୍ବେଚ୍ଛାସେବୀ ମାନେ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ପଠାଇଥିଲେ । ଆହତ ମାନେ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଜାଙ୍ଗେଡ, ଖଡିଆ ଟିକ୍ରାର ଅଟନ୍ତି । (ସତ୍ୟ ନାରାୟଣ ପ୍ରଧାନ , ବରଗଡ଼)

Exit mobile version