ଗାଡି ଚୋରଙ୍କ ଠାରୁ ସତର୍କ ରହିବାକୁ ସ୍ବେଚ୍ଛାସେବୀ ସଂଗଠନ ଗିଫ୍ଟ ଅଫ ଲାଇଫ ତରଫରୁ ସଚେତନତା – ବରଗଡ଼

ଓଡ଼ିଶା ତାଜା ନ୍ୟୁଜ (୧୦ ଅକ୍ଟୋବର ଶନିବାର ) ପଦ୍ମପୁର :- ପରୋପକାର କାର୍ଯ୍ୟ କରିବାରେ କେବଳ ଅର୍ଥ ହିଁ ଏକମାତ୍ର ମାଧ୍ୟମ ନୁହେଁ ଏହାକୁ ପ୍ରମାଣିତ କରିଛନ୍ତି ବରଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଗିଫ୍ଟ ଅଫ ଲାଇଫ। ସହରରେ ଦିନକୁ ଦିନ ଚୋରି ଡକାୟତି ବଢୁଥିବା ଯୋଗୁଁ ଲୋକେ ବର୍ତ୍ତମାନ ଚିନ୍ତିତ ଅଛନ୍ତି। ଗୋଟିଏ ପଟେ ମହାମାରୀ କରୋନା ଯୋଗୁଁ ଆର୍ଥିକ ସ୍ଥିତି ସମସ୍ତଙ୍କ ବିଗିଡି ଯାଇଥିବା ବେଳେ କଠିନ ପରିଶ୍ରମ କରି ଗାଡ଼ି ଖଣ୍ଡିଏ କିଣିଥିବା ଲୋକର ଯଦି କେହି ଦୁର୍ବୃତ୍ତ ଚୋରି କରିନିଏ ତାହେଲେ ବୋଝ ଉପରେ ନଳିତା ବିଡା ସଦୃଶ ନିଶ୍ଚିତ ଭାବରେ ହେବ ।

ଏହାକୁ ଦୃଷ୍ଟିରେ ରଖି ବରଗଡ଼ର ଏହି ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଗିଫ୍ଟ ଅଫ ଲାଇଫର ସଦସ୍ୟ ମାନେ ଲୋକଙ୍କୁ ସଚେତନ କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଗାଡ଼ି ଚୋରଙ୍କ ପ୍ରତି ସାବଧାନ ରହିବାକୁ ପୋଷ୍ଟର ମାଧ୍ୟମରେ ଅନୁରୋଧ କରୁଛନ୍ତି । ସଂଗଠନର ସମ୍ପାଦକ ସୁରଜ ମଲ୍ଲିକଙ୍କ ତତ୍ତ୍ଵାବଧାନରେ ସଦସ୍ୟ ମାନେ ବରଗଡ଼ ସରକାରୀ ବସ୍ ଷ୍ଟେସନ, ସୁପର ମାର୍କେଟ, ବେସରକାରୀ ବସ୍ ଷ୍ଟେସନ ତଥା ଅନ୍ୟାନ୍ୟ ସ୍ଥାନରେ ସଚେତନତା ବାର୍ତ୍ତା ଲେଖାଥିବା ପୋଷ୍ଟର ମାରିଛନ୍ତି। ଏହି ମହତ୍ କାର୍ଯ୍ୟ ପାଇଁ ବରଗଡ଼ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗିଫ୍ଟ ଅଫ ଲାଇଫ କୁ ପ୍ରଶଂସା କରାଯାଉଛି । (ରିପୋର୍ଟ – ନିରୋଜ କୁମାର ପାଣୀ )

Exit mobile version