ଗଜପତି ଜିଲ୍ଲାରେ ଆସନ୍ତା ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଭୀଷଣ ବର୍ଷା ହେବା ସମ୍ଭବନା ଥିବା ରାଜ୍ୟ ସରକାର ତଥା ପାଣିପାଗ ବିଭାଗ ତରଫରୁ ସୂଚନା


ଓଡ଼ିଶା ତାଜା ନ୍ୟୁଜ ( ୦୯ ଅକ୍ଟୋବର ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରେ ଆସନ୍ତା ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି ଏଥି ପାଇଁ ରାଜ୍ୟ ସରକାର ତଥା ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି l ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏକ ଭିଡିଓ ବାର୍ତ୍ତା ଜାରୀ କରି ନିବେଦନ କରିଛନ୍ତି l

ଯେଉଁ ମାନେ ପାହାଡ ପର୍ବତ ଉପରେ ବିପଦ ସଙ୍କୁଳ ସ୍ଥାନ ରେ କିମ୍ବା ପାହାଡ ଧସିବା ସମ୍ଭାବନା ଥିବା ସ୍ଥାନରେ ବସ ବାସ କରୁଛନ୍ତି ସେମାନେ ଦୟାପୂର୍ବକ ଅଧିକ ସତର୍କତା ଅବଲମ୍ବନ କରିବା ସହ ଉଚିତ୍ ସମୟରେ ନିରାପଦ ସ୍ଥାନକୁ ତଥା ସ୍କୁଲ କିମ୍ବା ଅଙ୍ଗନବାଡ଼ି କେନ୍ଦ୍ର କୁ ଚାଲି ଆସନ୍ତୁ ବୋଲି ଗଜପତି ଜିଲ୍ଲାପାଳ ଶ୍ରୀ ଶାହା ଜିଲ୍ଲା ବାସୀଙ୍କୁ ଅନୁରୋଧ କରିଛନ୍ତି l (ରିପୋର୍ଟର: ଗରୁଡ଼ ଧ୍ୱଜ ଚୌଧୁରୀ /ପାରଳାଖେମୁଣ୍ଡି)

Exit mobile version