ଓଡ଼ିଶା ତାଜା ନ୍ୟୁଜ ( ୦୯ ଅକ୍ଟୋବର ଶୁକ୍ରବାର ) ପଦ୍ମପୁର :- ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମର ଶ୍ରମିକ ମାନେ ଆଜକୁ ଛଅ ମାସ ପୂର୍ବେ ମନରେଗା ଯୋଜନାରେ ମାଟିକାମ କରିଥିଲେ । ଏକ ସପ୍ତାହର ପାଉଣା ପାଇଥିବା ବେଳେ ଆହୁରି ଦୁଇ ସପ୍ତାହର ଉଚିତ ପ୍ରାପ୍ଯ ଏ ପର୍ଯ୍ଯନ୍ତ ମିଳି ନାହିଁ । ବାରମ୍ବାର ବିଡିଓ, ବ୍ଲକ ଅଧ୍ୟକ୍ଷ, ଜେଇଙ୍କ ଠାରେ ଫେରାଦ ହେଲେ ମଧ୍ୟ କିଛି ସୁଫଳ ହୋଇନାହିଁ । ଏଣୁ ଆଜି ୯ ତାରିଖରେ ଟେମରୀ ଗ୍ରାମର ଶ୍ରମିକ ସର୍ବ ସାରଦୀପ ସୁନା, ଜପ ବାଗ , ଭଗବାନ ମହାନନ୍ଦ, ମହେନ୍ଦ୍ର ବାଗ,ହେମନ୍ତ ନାଗ,ରୁଦୁନା ମହାନନ୍ଦ, ସୁଶାନ୍ତ ବାଗ, ଜୟଦେବ ବରିହା , ରତନ ଠାକୁର ,ଭଗବାନ ବଛା,ମଦନ ସାହୁ ପ୍ରମୁଖ ଗଣ ଧାରଣାରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବସିଛନ୍ତି । ଖବର ଲେଖା ହେବା ପୂର୍ବରୁ କୌଣସି ପ୍ରଶାସନ ପହଞ୍ଚି ପାରିନାହିଁ । (ରିପୋର୍ଟ – ନିରୋଜ କୁମାର ପାଣୀ )
ମନରେଗା ପାଉଣା ନ ମିଳିବାରୁ ଟେମରୀ ସରପଞ୍ଚଙ୍କ କାର୍ଯ୍ୟାଳୟରେ ଗଣ ଧାରଣା – ପଦ୍ମପୁର

- Categories: Uncategorized, ଓଡ଼ିଶା, ହୋମ୍
Related Content
VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା
by
Proprietor Abhimanyu Maharana
September 27, 2026
କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ
by
Proprietor Abhimanyu Maharana
September 27, 2026
କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ
by
Proprietor Abhimanyu Maharana
September 27, 2026
ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ
by
Proprietor Abhimanyu Maharana
September 27, 2026
ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା
by
Proprietor Abhimanyu Maharana
September 27, 2026
हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन
by
Proprietor Abhimanyu Maharana
September 27, 2026