ବର୍ଦ୍ଧିତ ବିଜୁଳି ଦରବୃଦ୍ଧି ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ବିରୋଧ ଜାରି ରହିବ : ବାବୁ ସିଂ

ଓଡ଼ିଶା ତାଜା ନ୍ୟୁଜ ( ୦୯ ଅକ୍ଟୋବର ଶୁକ୍ରବାର ) ଭୁବନେଶ୍ୱର :- ରାଜ୍ୟ ସରକାର ବିଗତ ୪ ବର୍ଷ ମଧ୍ୟରେ ଚାରି ଚାରି ଥର ବିଦ୍ୟୁତ ଶୁଳ୍କ ବୃଦ୍ଧି କରିଛନ୍ତି । ଅନ୍ୟ ପଟେ ଗତ ୭ ବର୍ଷ ମଧ୍ୟରେ ମାତ୍ର ଥରଟିଏ ବିଦ୍ୟୁତ ଦର ବୃଦ୍ଧି ହୋଇଛି ବୋଲି କହି ମିଛୁଆ ରାଧୁଆ ସରକାରଙ୍କ ଶକ୍ତିମନ୍ତ୍ରୀ ପବିତ୍ର ବିଧାନସଭା ଗୃହକୁ ଅପମାନ କରିବା ସହ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବାର ଅପପ୍ରୟାସ କରିଛନ୍ତି । କୋଭିଡ୍‌-୧୯ ଭଳି ମହାମାରୀ କାରଣରୁ ରାଜ୍ୟବାସୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଡିଛି । ମାତ୍ର ପ୍ରତାରଣା କରି ରାଜ୍ୟ ସରକାର ରାଜ୍ୟବାସୀଙ୍କ ଉରେ ବୋଝ ଉପରେ ଲଳିତା ବିଡା ସଦୃଶ ବିଜୁଳି ଶୁଳ୍କର ବୃଦ୍ଧି କରିଛନ୍ତି । ଏହା ଆଦୈା ଗ୍ରହଣୀୟ ନୁହେଁ । ୍ରଥମ ଦିନରୁ ବିଜେି ଏହି ଦରବୃଦ୍ଧିକୁ ବିରୋଧ କରିଆସୁଛି ଏବଂ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ କହିଛନ୍ତି ।

ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଏବଂ ଶକ୍ତିମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ଆଜି ରାଜଧାନୀ ଭୂନେଶ୍ୱରର ୍ରମୁଖ ୩୫ ଟି ସ୍ଥାନ ଏବଂ ଛକମାନଙ୍କରେ ଜିଲ୍ଲା ବିଜେି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ବିକ୍ଷୋଭ ପ୍ରଦର୍ଶନରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ହରେକୃଷ୍ନ ଖୁଂଟିଆ, ଯୁବମୋର୍ଚ୍ଚା ଜିଲ୍ଲା ସଭାତି ଅଭିଷେକ ଆଚାର୍ଯ୍ୟ, ସନ୍ତୋଷ ଜେନା, ଜଗନ୍ନାଥ ବେହେରା, ଶଶ୍ରିଭା ରଥ, ରାମ ରଣସିଂହ, ସୁନିଲ ପ୍ରଧାନ, ଅମରଜ୍ୟୋତି ଜଗଦ୍ଦେବ, ଅରୁଣ ପୁରୋହିତ, ଶିବ ବେହେରା, ତାପସ ଦଳେଇ, ଦାମୋଦର ବେହେରା, ଅଞ୍ଜନ ନାଥ, ଦେବ ତି, ଦିଲ୍ଲୀ ବେହେରା, ମନୋଜ ପଶ୍ଚିମକବାଟ, ସୁବାଷିନୀ ପୃଷ୍ଟି, ତୃପ୍ତିମୟୀ ମକଦ୍ଦମ, ମାନସୀ ରାୟ, ସୁଶାନ୍ତ ସାବତ ପ୍ରମୁଖ ବିଭିନ୍ନ ଛକମାନଙ୍କରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Exit mobile version