ମଦନପୁର ରାମପୁର ବ୍ଲକରେ ଆତ୍ମାର ଅଧ୍ୟକ୍ଷ ଭାବରେ ବୁଦ୍ଧିରାମ ସାହୁ ମନୋନୀତ।

ଓଡ଼ିଶା ତାଜା ନ୍ୟୁଜ (୯ ଅକ୍ଟୋବର ଶୁକ୍ରବାର) କଳାହାଣ୍ଡି :- କୃଷି ବିଭାଗ ଅଧିନ ଆତ୍ମାର ଅଧ୍ୟକ୍ଷ ଭାବରେ ମ.ରାମପୁର ବ୍ଳକରେ ବୁଦ୍ଧିରାମ ସାହୁ ମନୋନୀତ ହୋଇଛନ୍ତି। ମ.ରାମପୁର ‌କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଆତ୍ମାର ୨୫ଜଣ ନବନିର୍ବାଚିତ ସଦସ୍ୟ, ସଦସ୍ୟାଙ୍କ ଉପସ୍ଥିତରେ ବରିଷ୍ଠ କୃଷକ,ରାଜନେତା ଭାବେ ଜଣାଶୁଣା ଶ୍ରୀ ସାହୁ କୃଷକର ଉନ୍ନତି ପାଇଁ ଠିକ ଭାବେ ନିଜର କାର୍ଯ୍ୟ ସଂପାଦନ କରିବି ବୋଲି ଜଣାଇଛନ୍ତି।

ଏହି କାର୍ଯ୍ୟକ୍ରମରେ କୃଷି ଅଧିକାରୀ ନିହାର ରଞ୍ଜନ ନାଏକ, ସ୍ଥାନୀୟ ବିଡ଼ିଓ ରୁମାନା ଜାଫ୍ରି, ଜିଲ୍ଲା ପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର ସିଂହଦେଓ, ବିଜେଡି ବ୍ଲକ ସଭାପତି ଗୋବିନ୍ଦ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ନୂତନ ଭାବେ ଆତ୍ମା ଅଧ୍ୟକ୍ଷ ଭାବରେ ବୁଦ୍ଧିରାମ ସାହୁ ମନୋନୀତ ହେବାପରେ ନର୍ଲା ବିଧାୟକ ଭୁପିନ୍ଦର ସିଂଙ୍କ ସହ ଅନେକ ବ୍ୟକ୍ତି ବିଶେଷ ଶୁଭେଚ୍ଛା ଜଣାଇଛନ୍ତି। (ରିପୋର୍ଟ ପ୍ରଦୀପ କୁମାର ଗଉଡ)

Exit mobile version