ଓଡ଼ିଶା ତାଜା ନ୍ୟୁଜ ( ୦୯ ଅକ୍ଟୋବର ଶୁକ୍ରବାର ) ବ୍ରହ୍ମପୁର :- ବ୍ରହ୍ମପୁର ଶୁକ୍ରବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା,ବୁଗୁଡା ବ୍ଲକ, ବିରଞ୍ଚିପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ । ସେହି ଗ୍ରାମର ପବିତ୍ର ନାୟକ ସକାଳୁ ନିଜ ଘରର ବାରିକୁ ଯିବା ବେଳେ ଏକ ଶିଶୁର କ୍ରନ୍ଦନ ଶୁଣି ସେଠାକୁ ଯାଇ ଏକ ନବଜାତ ପୁତ୍ର ସନ୍ତାନ ବାରିରେ ପଡିଥିବା ଦେଖିଥିଲେ । ସେ ସଙ୍ଗେ ସଙ୍ଗେ ଏହି ବିଷୟ ଗ୍ରାମବାସୀଙ୍କୁ ଜଣାଇବା ପରେ ଗ୍ରାମବାସୀ ରୁଣ୍ଡହୋଇ ସ୍ଥାନୀୟ ଆଶାକର୍ମୀଙ୍କୁ ଖବର ଦେଇଥିଲେ । ଆଶାକର୍ମୀ ଆସି ନବଜାତ ଶିଶୁକୁ ଧରି ବୁଗୁଡା ମେଡିକାଲକୁ ନେବାପରେ ମେଡିକାଲରେ ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ନବଜାତ ପୁତ୍ର ସନ୍ତାନର ନାଭିନାଡ଼ କାଟିବ ସହ ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ବର୍ତ୍ତମାନ ଶିଶୁଟି ବୁଗୁଡା ମେଡିକାଲରେ ସୁସ୍ଥ ଥିବାବେଳେ ଶିଶୁର ଓଜନ 2 କିଲୋ 300 ଗ୍ରାମ ଥିବା ମେଡ଼ିକାଲ ଅଫିସର ଡାକ୍ତର ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ଏଥିସହ ସେ ପ୍ରକାଶ କରିଛନ୍ତି ଯେ ଏନେଇ ବୁଗୁଡା ଥାନା ଆଇ ଆଇ ସି ଚିତ୍ତରଞ୍ଜନ ବେହେରାଙ୍କୁ ଅବଗତ କଲାପରେ ଚାଇଲଡ଼ ହେଲ୍ପ ଲାଇନଙ୍କୁ ଖବର ଦିଆଯାଇଛି । ସେମାନେ ଆସିଲେ ଶିଶୁ ପୁତ୍ର ସନ୍ତାନକୁ ହସ୍ତାନ୍ତର କରାଯିବ । (ରିପୋର୍ଟ : ଶେଷଦେବ ସାହୁ / ଗଞ୍ଜାମ ଜିଲ୍ଲା ବ୍ୟୁରୋ )
ବାରିରେ ଫିଙ୍ଗିଦେଲେ ନବଜାତ ଶିଶୁ ପୁତ୍ରକୁ ! ଶିଶୁ ସୁସ୍ଥ..

- Categories: Uncategorized, ଅପରାଧ, ଓଡ଼ିଶା, ହୋମ୍
Related Content
VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା
by
Proprietor Abhimanyu Maharana
September 27, 2026
କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ
by
Proprietor Abhimanyu Maharana
September 27, 2026
କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ
by
Proprietor Abhimanyu Maharana
September 27, 2026
ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ
by
Proprietor Abhimanyu Maharana
September 27, 2026
ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା
by
Proprietor Abhimanyu Maharana
September 27, 2026
हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन
by
Proprietor Abhimanyu Maharana
September 27, 2026