ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଲୋକସମ୍ପର୍କ ବିଭାଗ :- ସୂଚନା ଓ ଲୋକସମ୍ପର୍କ ବିଭାଗର କାର୍ଯ୍ୟାବଳୀକୁ ୫ଟି ଆଧାରରେ ତ୍ୱରାନ୍ୱିତ କରିବା ଓ ଅଧିକରୁ ଅଧିକ ଜନାଦୃତ କରବି । ପାଇଁ ସୂଚନା ଓ ଲୋକ ସମ୍ପର୍କ, ଜଳ ସମ୍ପଦ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏ ସଂକ୍ରାନ୍ତୀୟ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ ବିଭାଗରେ ବହୁବର୍ଷରୁ ସଂରକ୍ଷିତ ଥିବା ଫଟୋଗ୍ରାଫ୍ ଓ ଚଳଚ୍ଚିତ୍ରଗୁଡ଼ିକୁ ଡିଜିଟାଇଜ୍ କରି ଭବିଷ୍ୟତ ପାଇଁ ସୁରକ୍ଷିତ କରି ରଖାଯିବା ଜରୁରୀ । ତେଣୁ ଡିଜିଟାଲ ଆର୍କାଇଭିଂ ଉପରେ ଗୁରୁତ୍ୱାରୋପ କରାଯିବ । ଦିଲ୍ଲୀ ସ୍ଥିତ ଓଡ଼ିଶା ଭବନ ସମେତ ରାଜ୍ୟର ସମସ୍ତ ଜିଲ୍ଲାର ପ୍ରମୁଖ ସ୍ଥାନମାନଙ୍କରେ ୫୦ଟି ଏଲଇଡ଼ି ଭିଡ଼ିଓ ଓ୍ୱାଲ୍ ସ୍ଥାପନ କରାଯିବ । ଏଥିରେ ରାଜ୍ୟ ସରକାରଙ୍କ ର ସମସ୍ତ ଜନହିତକର ଯୋଜନା, ସଫଳତାର ଆଲେଖ୍ୟ ଓ ମୁଖ୍ୟ ସଞ୍ଚାଦ ଗୁଡ଼ିକ ପ୍ରସାରିତ ହେବ । ଗଣମାଧ୍ୟମକୁ ସରକାରଙ୍କ ସମସ୍ତ ନିଷ୍ପତ୍ତି, ବୁଝାମଣା ପତ୍ର ସ୍ୱାକ୍ଷର ଏବଂ ଅନ୍ୟାନ୍ୟ ସରକାରୀ ସଞ୍ଚାଦ ସିଧାସଳଖ ପ୍ରସାରଣ ପାଇଁ ଗୋଟିଏ ଲାଇଭ୍ କମନ୍ ଫିଡ଼୍ ସିଷ୍ଟମ୍ର ବ୍ୟବସ୍ଥା ଶୀଘ୍ର କରାଯିବ । ଗୋଟିଏ ଡ଼ିଜିଟାଲ ନୁ୍ୟଜ୍ ରୁମ୍ର ବ୍ୟବସ୍ଥା କରାଯାଇ ସଫଫେଓ୍ୱର ମାଧ୍ୟମରେ ସଞ୍ଚାଦଗୁଡ଼ିକ ତ୍ୱରିତ ପ୍ରେରଣ କରାଯିବ । ସରକାରଙ୍କ ସମସ୍ତ ବିଜ୍ଞା ପନ ସିଧାସଳଖ ସଞ୍ଚାଦ ପତ୍ରଗୁଡ଼ିକୁ ପଠାଇବା ପାଇଁ ଇ-ବିଜ୍ଞାପନ ବ୍ୟବସ୍ଥା କରାଯିବ । ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପରିଚାଳିତ ସୂଚନା ଅଧିକାରକୁ ସୁବ୍ୟବସ୍ଥିତ ଓ ସୁସଂହତ କରାଯିବା ପାଇଁ ସୂଚନା ଅଧିକାର ପୋର୍ଟାଲ୍ ଖୁବ୍ ଶୀଘ୍ର ଉନ୍ମେଚିତ ହେବ । ବିଭାଗକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସୁଚିନ୍ତିତ ପ୍ରସ୍ତାବମାନ ବିଭାଗୀୟ ଅଧିକାରୀମାନେ ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଶ୍ରୀ ଦାସ ପରାମର୍ଶ ଦେଇଥିଲେ । ଏହି ବୈଠକରେ ସୂଚନା ଓ ଲୋକସମ୍ପର୍କ ଶ୍ରୀ କୃପାସିନ୍ଧୁ ମିଶ୍ର, ବୈଷୟିକ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ବାରିକି, ଶ୍ରୀ ବରଦା ପ୍ରସନ୍ନ ଦାସ ପ୍ରମୁଖ ଉପସ୍ଥିତ ଥାଇ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ ।
୫ଟି ଅଧାରରେ ସୂଚନା ଓ ଲୋକସମ୍ପର୍କ ବିଭାଗର କାର୍ଯ୍ୟାବଳୀକୁ ଅଧିକରୁ ଅଧିକ ତ୍ୱରାନ୍ୱିତ କରାଯିବ – ସୂଚନା ଓ ଲୋକସମ୍ପର୍କ ବିଭାଗ

Related Content
ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ
by
Proprietor Abhimanyu Maharana
September 8, 2026
ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ
by
Proprietor Abhimanyu Maharana
September 8, 2026
ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ
by
Proprietor Abhimanyu Maharana
September 8, 2026
Strengthening Odisha’s Power Transmission Infrastructure: A New Era of Confidence in Power System of Odisha
by
Proprietor Abhimanyu Maharana
September 8, 2026
ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତକଙ୍କ ପରିଚୟ ଚିହ୍ନଟ, ପରିବାରକୁ ହସ୍ତାନ୍ତର ମୃତଦେହ
by
Proprietor Abhimanyu Maharana
September 7, 2026
କାରିଗରଙ୍କ ସହିତ ବିଶ୍ୱକର୍ମାଙ୍କ ଆଶୀର୍ବାଦ ଅଛି, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ
by
Proprietor Abhimanyu Maharana
September 7, 2026