ପିସ୍ତଲ ଦେଖାଇ ଲୁଟ ଘଟଣାରେ ବୁଗୁଡ଼ା ପୋଲିସକୁ ବଡ ସଫଳତା ; ପିସ୍ତଲ ଜବତ ସହ ୩ ଗିରଫ

ଓଡ଼ିଶା ତାଜା ନ୍ୟୁଜ ( ୦୮ ଅକ୍ଟୋବର ଗୁରୁବାର ) ଗଞ୍ଜାମ :- ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ତଥା ବୁଗୁଡ଼ା ଥାନା ଅନ୍ତର୍ଗତ ଖମାରପଲ୍ଲୀ ଗ୍ରାମର ରୁପା ବ୍ୟବସାୟୀ ଲୋକନାଥ ସାହୁଙ୍କୁ ପିସ୍ତଲ ଦେଖାଇ ଲୁଟ ଘଟଣାରେ ବୁଗୁଡ଼ା ପୋଲିସ କୁ ମିଳିଛି ବଡ଼ ସଫଳତା ସୂଚନା ଅନୁଯାୟୀ ଅକଟୋବର ଦୁଇ ତାରିଖ ଦିନ ଖମାରପଲ୍ଲୀ ଗ୍ରାମର ରୁପା ବ୍ୟବସାୟୀ ଲୋକନାଥ ସାହୁ ବ୍ୟବସାୟ ସାରି ନିଜ ଟିଭିଏସ ବାଇକ ରେ ଫେରୁଥିବା ସମୟରେ ଜଗନ୍ନାଥ ପ୍ରସାଦ ବ୍ଲକ ତଥା ବୁଗୁଡ଼ା ଥାନା ଅନ୍ତର୍ଗତ ନିମପଦର ନିକଟରେ ତିନି ଜଣ ତାଙ୍କୁ ଅଟକାଇବା ସହ ଜଣେ ତାଙ୍କ ମୁଣ୍ଡରେ ପିସ୍ତଲ ଲଗାଇଥିବା ବେଳେ ଅନ୍ୟ ଜଣେ ମାଡ ମାରି ଲୋକନାଥଙ୍କୁ ତଳେ ପକାଇ ଦେଇଥିଲେ ଏହି ସୁଯୋଗରେ ତୃତୀୟ ଜଣ ଲୋକନାଥଙ୍କ ବାଇକ ରେ ଲାଗିଥିବା ରୁପା ଅଳଙ୍କାର ବ୍ୟାଗ ଓ ଛଅ ହଜାର ଟଙ୍କା ଧରି ତିନିହେଁ ଏକ ବାଇକ ରେ ବସି ବୋରିପଦର ରାସ୍ତାରେ ଚାଲି ଯାଇଥିଲେ

ଏ ନେଇ ଲୋକନାଥଙ୍କ ଲିଖିତ ଅଭିଯୋଗ ପ୍ରକାରେ ବୁଗୁଡ଼ା ଥାନା କେଶ ନମ୍ବର 287/20 ଧାରା 394 ଆଇ ପି ସି ଓ ଆର୍ମ ଆକ୍ଟ 25 ଅନୁଯାୟୀ ଆଇ. ଆଇ. ସି ଚିତ୍ତରଞ୍ଜନ ବେହେରାଙ୍କ ନେତୃତ୍ୱରେ ସବଇନ୍ସପେକଟର ମନୋଜ କୁମାର ନାୟକ, ଟୁନା ନାୟକ ଓ କାର୍ତିକ ନାୟକ ଏବଂ ପୋଲିସ ଫୋର୍ସଙ୍କୁ ନେଇ ଏକ ଟିମ ଅନୁସନ୍ଧାନ କରି ତିନି ଜଣ ଆସାମୀ ପ୍ରବୀଣ ନାୟକ, ଟୁନା ନାୟକ ଓ ଟୁକୁନା ସ୍ୱାଇଁ କୁ ଗିରଫ କରିବା ସହ ଏକ ଦେଶୀ ପିସ୍ତଲ, ଜୀବନ୍ତ ଗୁଳି, 3 କିଲୋ 200 ଗ୍ରାମର ରୁପା ଅଳଙ୍କାର, 2 ଟି ବାଇକ, 2 ଟି ମୋବାଇଲ ଫୋନ ଓ ଏକ ଛୁରୀ ଜବତ କରାଯାଇଛି ଗିରଫ ହୋଇଥିବା ତିନି ଜଣ ଆସାମୀ ଙ୍କୁ କୋର୍ଟ ଚାଲାଣ ହୋଇଥିବା କଥା ବୁଗୁଡ଼ା ଥାନା ଆଇ. ଆଇ. ସି ଚିତ୍ତରଞ୍ଜନ ବେହେରା ଜଣାଇଛନ୍ତି (ରିପୋର୍ଟ : ଶେଷଦେବ ସାହୁ / ଗଞ୍ଜାମ ଜିଲ୍ଲା ବ୍ୟୁରୋ)

Exit mobile version