ବିଶ୍ୱବିଦ୍ୟାଳୟ ଅଧିନିୟମ ସଂଶୋଧନ ବିଲ ଶିକ୍ଷାନୁଷ୍ଠାନକୁ ରାଜନୀତିରୁ ମୁକ୍ତ ରଖିବା ପାଇଁ ଏକ ବଳିଷ୍ଠ ପଦକ୍ଷେପ ।

ଓଡ଼ିଶା ତାଜା ନ୍ୟୁଜ ( ୦୮ ଅକ୍ଟୋବର ଗୁରୁବାର ) ଭୁବନେଶ୍ୱର :- ଗତକାଲି ରାଜ୍ୟ ବିଧାନସଭାରେ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ୨୦୨୦ ଆଗତ ହୋଇଛି । ଆଜି ବିଭିନ୍ନ ଗଣମାଧ୍ୟମରେ ବିଧାନସଭାର ଆଲୋଚନା ସଂର୍କରେ ପ୍ରକାଶ ପାଇଛି । ତେବେ ଗୋଟିଏ କଥା ପ୍ରମୁଖ ଭାବେ ପ୍ରକାଶ ପାଇଛି ଯେ ମାନ୍ୟବର ସଦସ୍ୟ ଶ୍ରୀ ତାର୍ରାସାଦ ବାହିନୀପତି ବିଲଟିକୁ ଚିରି ଦେଲେ । ତେବେ ଶ୍ରୀ ବାହିନୀପତି କଅଣ କହିଲେ ଏବଂ କଅଣ କହିସାରି ବିଲଟିକୁ ଚିରି ଦେଲେ । ଏ କଥା ପ୍ରାୟତଃ କେହି ଉଲ୍ଲେଖ କରିନାହାନ୍ତି । ଆମେ ଏଠାରେ ସ୍ପଷ୍ଟ କରିଦେବାକୁ ଚାହୁଁ ଶ୍ରୀ ବାହିନୀପତି କଅଣ କହିଲେ ଏବଂ କଅଣ କହି ବିଲଟିକୁ ଚିରି ଦେଲେ ।

ଶ୍ରୀ ବାହିନୀପତି ତାଙ୍କ ବକ୍ତବ୍ୟରେ କହିଲେ ଯେ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ମହାବିଦ୍ୟାଳୟଗୁଡିକ ନିମନ୍ତେ ଏମ.ଏଲ୍‌.ଏ. ଲ୍ୟାଡରୁ ୫୦ଲକ୍ଷ ଟଙ୍କା ଦେବା ନିମନ୍ତେ ସ୍ଥିରିକୃତ ହୋଇଛି । କିନ୍ତୁ ଆମକୁ ମହାବିଦ୍ୟାଳୟଗୁଡିକର ଗର୍ଭଣ୍ଣିଂ ବଡିର ସଭାପତି ଏପରିକି ସଦସ୍ୟ ଭାବରେ ରଖାଯିବ ନାହିଁ ବୋଲି ସରକାରଙ୍କ ଦ୍ୱାରା ଆଗରୁ ନିଷ୍ପତି ହୋଈଛି । ଯଦିଓ ଏ କଥା ସହିତ ବିଲଟିର କୌଣସି ସଂପର୍କ ନାହିଁ ତଥାି ଏ କଥା କହି ଶ୍ରୀ ବାହିନୀପତି ବିଲଟିକୁ ଚିରି ଦେଲେ । ରାଜ୍ୟ ସରକାର ଏକ ଯୁଗାନ୍ତକାରୀ ପ୍ରୟାସ ନେଇ ସବୁ ଶିକ୍ଷାନୁଷ୍ଠାନ ଗୁଡିକ ରାଜନୀତି କରଣ ରୁ ମୁକ୍ତ ରଖି ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେହି ପ୍ରୟାସରେ ଏହି ବିଲ ଏକ ବଳିଷ୍ଟ ପଦକ୍ଷେ । ଯାହାକୁ ସମସ୍ତ ଶିକ୍ଷାବିତ ଅଭିଭାବକ ଓ ଛାତ୍ର ଛାତ୍ରୀମାନେ ପ୍ରାୟ ସମସ୍ତେ ସ୍ୱାଗତ କରିଛନ୍ତି । ଯଦିବା ଶ୍ରୀ ବାହିନୀପତି ଯାହା କହିଛନ୍ତି ସେଥିରେ ଏ ବିଲ ସହିତ କୈଣସି ସଂପର୍କ ନାହିଁ ।

ତେବେ ସେ କଥା ଅବତାରଣା କରିଛନ୍ତି । ତେବେ ଏ କଥା ଅବତାରଣା କରିବା କାରଣ ହେଲା ଯେଉଁ ତିନି ଜଣ ବିଧାୟକ ଗୋଟିଏ ଗୋଟିଏ ବିଶ୍ୱବଦ୍ୟାଳୟର ସିନେଟକୁ ଯାଉଥିଲେ ସେମାନେ ସିନେଟ ବ୍ୟବସ୍ଥାର ଉଚ୍ଛେଦ ହେବା ପରେ ଆଉ ଯାଇ ପାରିବେ ନାହିଁ । ତେବେ ବର୍ଷ ବର୍ଷ ଧରି ବିଶ୍ୱବିଦ୍ୟାଳୟରେ ସିନେଟରେ କୈଣସି ବୈଠକ ବସୁ ନଥିବା ଫଳରେ ସିନେଟ କେବଳ ଏକ ଆଳଙ୍କାରିକ ବ୍ୟବସ୍ଥା ହୋଇ ରହିାଇଥିଲା । ବିଶ୍ୱବିଦ୍ୟାଳୟ ପରିଚାଳନାରେ ସିନେଟର କୌଣସି ଅବଦାନ ନଥିଲା । ସବୁ କ୍ଷମତା ପ୍ରକୃତରେ ସିଣ୍ଡିକେଟ ବ୍ୟବସ୍ଥାରେ ରହିଥିଲା । ସବୁ କଥା ସିଣ୍ଡିକେଟରେ ଆଲୋଚନା ହୋଇ ନିଷ୍ପତି ନିଆଯାଉଛି । ଯେତେବେଳେ ତର୍ଜମା କରି ଦେଖାଗଲା ଯେ ବର୍ଷ ବର୍ଷ ଧରି ସିନେଟର ବୈଠକ ବସୁନାହିଁ, ଏବଂ ସିନେଟ ଦ୍ୱାରା କୌଣସି ଉଦ୍ଦେଶ୍ୟ ସାଧିତ ହୋଇପାରୁନାହିଁ, ସେତେବେଳେ ଏହାକୁ ଉଚ୍ଛେଦ କରାଗଲା ।

ତେବେ ସିନେଟ ବ୍ୟବସ୍ଥା ଉଚ୍ଚେଦ ହେବା ଦ୍ୱାରା ଏମ୍‌.ଏଲ୍‌.ଏ ମାନେ ଆଉ ବିଶ୍ୱବିଦ୍ୟାଳୟକୁ ଯାଇପାରିବେ ନାହିଁ କହି ଏହାକୁ ବିରୋଧ କରି ଶ୍ରୀ ବାହିନୀପତି ବିଲଟିକୁ ଚିରି ଦେଲେ । ତେବେ କୌଣସି ଗଣମାଧ୍ୟମରେ ଏ କଥା ପ୍ରକାଶ ପାଇଲା ନାହିଁ । ସେଥିପାଇଁ ଆମେ ଛୋଟିଆ ଗଣମାଧ୍ୟମ ହେଲେ ମଧ୍ୟ ଯାହା ସତ୍ୟ, ଯାହା ବିଧାନସଭାରେ କୁହାଗଲା ତାହାକୁ ଲୋକଲୋଚନକୁ ଆଣିବା ଓ ସତ୍ୟର ସାମ୍ନା କରିବାକୁ ପ୍ରୟାସ କରିଛୁ । ଯେଉଁ କଥା ସରକାର କଲେ ଏପରି କି ସରକାରୀ ଦଳର ବିଧାୟକମାନେ ମଧ୍ୟ ନୂତନ ବ୍ୟବସ୍ଥାରେ ସିନେଟ ଉଚ୍ଛେଦ ରେ ଆଉ ବିଶ୍ୱବିଦ୍ୟାଳୟକୁ ଯାଇପାରିବେ ନାହିଁ ବୋଲି ଲୋକମାନେ ଜାଣିବେ ସେତେବେଳେ ସେମାନେ ସରକାରଙ୍କ ଏଭଳି ପ୍ରୟାସକୁ ନିଶ୍ଚିତ ଭାବେ ସ୍ୱାଗତ କରିବେ । ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟକୁ ରାଜନିତିରୁ ମୁକ୍ତ ରିଖିବା ପାଇଁ ଏହା ନିଶ୍ଚିତ ରୂପେ ଏକ ବିଳିଷ୍ଟ ଦକ୍ଷେ । ଏହା ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବ୍ୟବସ୍ଥାରେ ପ୍ରଭୁତ ଉନ୍ନତି ଆଣିାରିବ ବୋଲି ବହୁ ବୃଦ୍ଧିଜୀବି ଏବଂ ଅଭିଭାବକମାନଙ୍କ ମତ । ଯାହା ବିଧାନସଭାରେ ଘଟୁଛି ତାହା ପ୍ରକାଶ କରିବା ପାଇଁ ଆମେ ନିରନ୍ତର ଉଦ୍ୟମ ଜାରୀ ରଖିଛୁ ଏବଂ ଜନସାଧାରଣଙ୍କ ନିକଟରେ ସତ୍ୟର ଅବତାରଣା କରିବା ପାଇଁ ପ୍ରୟାସ କରୁଛୁ ।

Exit mobile version