ବିଶ୍ଵନାଥପୁର ମାଁ ହୀରାନୀଳା ସ୍ନାତକ ମହାବିଦ୍ୟାଳୟରେ ବିଜ୍ଞାନ ପରୀକ୍ଷାଗାର ଉଦଘାଟିତ

ଓଡ଼ିଶା ତାଜା ନ୍ୟୁଜ (୮ ଅକ୍ଟୋବର ଗୁରୁବାର) କଳାହାଣ୍ଡି : ସରକାରଙ୍କ ପ୍ରୋତ୍ସାହନରେ ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁରସ୍ଥିତ ମାଁ ହୀରାନୀଳା ସ୍ନାତକ ମହାବିଦ୍ୟାଳୟରେ ନୂତନ ବିଜ୍ଞାନ ପରୀକ୍ଷାଗାର ଗୃହ ଉଦଘାଟିତ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ଦ୍ୱାରା ଏହାର ଶୁଭ ଉଦ୍ଘାଟନ ହୋଇଥିଲା । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ରାସାୟନ ବିଜ୍ଞାନ ଅଧ୍ୟାପକ ଡ. ବିଜୟ କୁମାର,ରାଜନୀତି ବିଜ୍ଞାନ ଅଧ୍ୟାପିକା ତପସ୍ଵିନୀ ଡାହୁକ, ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଚିନ୍ମୟୀ ସାହୁ, ବାଣିଜ୍ୟ ଅଧ୍ୟାପିକା ଜୟଶ୍ରୀ ବେହେରା,

ସୁବାସ ହିଆଲ,ନିଲେଦ୍ରୀ ଶତପଥୀ,ତାପସ ନାୟକ,ରିତାରାଣୀ ବାରିକ, ଖେଳ ଶିକ୍ଷକ ଶ୍ରୀନିବାସ ଦାସ, ଗ୍ରନ୍ଥାଗାର ରକ୍ଷକ ଧବଲେଶ୍ଵର ଠେଲା,ରତନୀ ମାଝୀ, ବିକ୍ରମାଦିତ୍ୟ ବାରିକ,ଶୁଭମ ପାଢ଼ୀ, ଦମୟନ୍ତୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ନୂତନ ବିଜ୍ଞାନ ପରୀକ୍ଷାଗାର ଉଦଘାଟନ ଦ୍ଵାରା ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ବେଶ ଉପକୃତ ହେବେ ବୋଲି ମତ ପ୍ରକାଶ ପାଇଛି । (ରିପୋର୍ଟ ପ୍ରଦୀପ କୁମାର ଗଉଡ)

Exit mobile version